Posted inଜାତୀୟ

କେନ୍ଦ୍ର କ୍ୟାବିନେଟର ୭ ବଡ଼ ନିଷ୍ପତ୍ତି: ସେମିକନ ୨.୦ ମିଶନକୁ ମଞ୍ଜୁରୀ, ବାରାଣସୀ ପାଇଁ…

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ସେମିକନ ୨.୦ (Semicon 2.0) ମିଶନକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହା ସହିତ ଉତ୍ତର ପ୍ରଦେଶର ବାରାଣସୀ ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୁଇଟି ବଡ଼ ଏଲିଭେଟେଡ କରିଡର ନିର୍ମାଣ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଆଜି ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ (Infrastructure Development) ପାଇଁ ଦୁଇଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।”

ସେ କହିଛନ୍ତି, ପ୍ରଥମଟି ହେଉଛି ବରୁଣା ନଦୀ କୂଳରେ ନିର୍ମାଣ ହେବାକୁ ଥିବା ସମ୍ପୂର୍ଣ୍ଣ ୬-ଲେନ ଏବଂ ୪-ଲେନ ବିଶିଷ୍ଟ ଏଲିଭେଟେଡ କରିଡର ବରୁଣ ଏକ୍ସପ୍ରେସୱେ। ଏହି ୪୩ କିଲୋମିଟର ଲମ୍ବର ଏଲିଭେଟେଡ କରିଡର ନିର୍ମାଣ କରାଯିବ। ଏଥିରେ ୧୦,୯୯୮ କୋଟି ଟଙ୍କା ବିନିଯୋଗ ହେବ, ଏହାକୁ ହାଇବ୍ରିଡ ଆନୁଇଟି ମଡେଲ (HAM) ଅଧୀନରେ ବିକଶିତ କରାଯିବ ଏବଂ ପ୍ରାୟ ଚାରି ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।”

“ଦ୍ୱିତୀୟ କରିଡର ବିଷୟରେ ସେ ସୂଚନା ଦେଇ କହିଛନ୍ତି ଯେ, କାଶୀରେ ଗଙ୍ଗା ନଦୀ କୂଳେ କୂଳେ ଏକ ସମ୍ପୂର୍ଣ୍ଣ ୬-ଲେନ ବିଶିଷ୍ଟ ଏଲିଭେଟେଡ କରିଡର ନିର୍ମାଣ କରାଯିବ। ଯାହା ଏଠାରୁ ଆରମ୍ଭ ହୋଇ ନଦୀ କୂଳେ କୂଳେ, IIT-BHU ନିକଟ ଦେଇ ଗତି କରିବ ଏବଂ ଲଙ୍କା ଚୌକ ଓ ରାମନଗର ଆଡ଼କୁ ଯାଇ ଏକ ‘ସିଗ୍ନେଚର ବ୍ରିଜ’ ନିର୍ମାଣ କରାଯିବ। ଗଙ୍ଗା ନଦୀ କୂଳରେ ନିର୍ମାଣ ହେବାକୁ ଥିବା ଏହି ଏଲିଭେଟେଡ କରିଡର ୪୬ କିଲୋମିଟର ଲମ୍ବ ହେବ ଏବଂ ଏହାକୁ ୧୪,୪ ୪୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯିବ।
ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର ସେମିକଣ୍ଡକ୍ଟର ଡିଜାଇନ ଏବଂ ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ‘ସେମିକନ ୨.୦’ ମିଶନକୁ ମଞ୍ଜୁରୀ ଦେଇଛି। ଏହାର ମୋଟ ବଜେଟ ୧,୨୭,୫୦୦ କୋଟି ଟଙ୍କା ରହିଛି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri