୭ ଆଟ୍‌ ରିସ୍କ ଦେଶ ଫେରନ୍ତା ପଜିଟିଭ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ‘ଓମିକ୍ରନ୍‌’ ସଂକ୍ରମିତ ଆଟ୍‌ ରିସ୍କ ଦେଶରୁ ରାଜ୍ୟକୁ ଫେରିଥିତ୍ବା ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୪ଜଣଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ସେମାନେ ଓମିକ୍ରନ୍‌ ପୀଡ଼ିତ ନ ଥିବା ଜଣାପଡ଼ିଛି। ଏବେ ଆଉ ତିନିଜଣଙ୍କ ନମୁନା ସିକ୍ୱେନ୍ସିଂ ପାଇଁ ପଠାଯାଇଛି ବୋଲି ରବିବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓମିକ୍ରନ୍‌କୁ ନେଇ ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ, ରୋଗ ପ୍ରତିରୋଧକ ଶକ୍ତି ଯଦି ପର୍ଯ୍ୟାପ୍ତ ପରିମାଣର ନ ଥିବ, ତେବେ ଦିନକୁ ଦେଶରେ ଦେଢ଼ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିବାର ସମ୍ଭାବନା ରହିଛି। ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ। କିନ୍ତୁ କରୋନା ସଂକ୍ରମଣକୁ ପୂରା ଶୂନ କରିପାରିବା ନାହିଁ। ଯଦି ତୁରନ୍ତ ଚିହ୍ନଟ କରି ପ୍ରତିକାର କରାଯିବ, ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ। ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେପଟେ ସାରା ବିଶ୍ୱରେ ଏବେ କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଇ ଥିବାବେଳେ ରାଜ୍ୟରେ ପୁଣି ଦୈନିକ ପଜିଟିଭ ସଂଖ୍ୟା ୨୦୦ ମୁହଁାହୋଇଥିବାରୁ ଚିନ୍ତା ବଢ଼ିଛି। ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୯୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍‌ ବୟସ ବର୍ଗର ଅଛନ୍ତି। ତେବେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୭ ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୨,୮୩୪ ଓ ମୃତ୍ୟୁ ସଂଖ୍ୟା ୮,୪୪୪କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ଡେଲ୍‌ଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି। ଆଇସିଏମ୍‌ଆର୍‌ର ଅତିରିକ୍ତ ନିର୍ଦ୍ଦେଶକ ସମୀରନ ପଣ୍ଡା କହିଛନ୍ତି, ଯଦିଓ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲ୍‌ଟା ଦ୍ୱାରା ସଂକ୍ରମିତ ହେଉଛନ୍ତି। ଡେଲ୍‌ଟା ଭାରିଆଣ୍ଟବେଳେ ହସ୍ପିଟାଲରେ ଯେଭଳି ସ୍ଥିତି ଦେଖା ଦେଇଥିଲା, ଦେଶରେ ‘ଓମିକ୍ରନ’ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ହସ୍ପିଟାଲ ଉପରେ ସେଭଳିି ଚାପ ପଡ଼ି ନ ପାରେ। ଏବେ ଯେଉଁମାନେ ଓମିକ୍ରନ ଦ୍ବାରା ସଂକ୍ରମିିତ ଚିହ୍ନଟ ହୋଇଛନ୍ତି ସେମାନଙ୍କର ଯାତ୍ରା ବିବରଣୀ ହେଉଛି ଦିଦେଶ ଗସ୍ତ। ତେଣୁ ଏପରି ସ୍ଥିତିରେ କରୋନା ନିୟମ ମାନିବା ଜରୁରୀ। ରାଜ୍ୟ ସରକାର ଜନ ଗହଳିକୁ ଦୂରେଇ ରଖିବା ସହିତ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବା ଜରୁରୀ। ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିବା ସହିତ ହସ୍ପିଟାଲଗୁଡ଼ିକ ସତର୍କ ରହିବା ଆବଶ୍ୟକ। ଓମିକ୍ରନ୍‌ ଯେପରି ଗୋଷ୍ଠୀ ସଂକ୍ରମଣରେ ପରିଣତ ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ହେବ। ଏହାକୁ ରୋକିବାକୁ ଜିଲା ସ୍ତରରେ ପ୍ରସ୍ତୁତ ରହିବାକୁ ହେବ ବୋଲି ଆଇସିଏମ୍‌ଆର୍‌ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri