୭ ଆଟ୍‌ ରିସ୍କ ଦେଶ ଫେରନ୍ତା ପଜିଟିଭ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ‘ଓମିକ୍ରନ୍‌’ ସଂକ୍ରମିତ ଆଟ୍‌ ରିସ୍କ ଦେଶରୁ ରାଜ୍ୟକୁ ଫେରିଥିତ୍ବା ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୪ଜଣଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ସେମାନେ ଓମିକ୍ରନ୍‌ ପୀଡ଼ିତ ନ ଥିବା ଜଣାପଡ଼ିଛି। ଏବେ ଆଉ ତିନିଜଣଙ୍କ ନମୁନା ସିକ୍ୱେନ୍ସିଂ ପାଇଁ ପଠାଯାଇଛି ବୋଲି ରବିବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓମିକ୍ରନ୍‌କୁ ନେଇ ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ, ରୋଗ ପ୍ରତିରୋଧକ ଶକ୍ତି ଯଦି ପର୍ଯ୍ୟାପ୍ତ ପରିମାଣର ନ ଥିବ, ତେବେ ଦିନକୁ ଦେଶରେ ଦେଢ଼ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିବାର ସମ୍ଭାବନା ରହିଛି। ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ। କିନ୍ତୁ କରୋନା ସଂକ୍ରମଣକୁ ପୂରା ଶୂନ କରିପାରିବା ନାହିଁ। ଯଦି ତୁରନ୍ତ ଚିହ୍ନଟ କରି ପ୍ରତିକାର କରାଯିବ, ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ। ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେପଟେ ସାରା ବିଶ୍ୱରେ ଏବେ କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଇ ଥିବାବେଳେ ରାଜ୍ୟରେ ପୁଣି ଦୈନିକ ପଜିଟିଭ ସଂଖ୍ୟା ୨୦୦ ମୁହଁାହୋଇଥିବାରୁ ଚିନ୍ତା ବଢ଼ିଛି। ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୯୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍‌ ବୟସ ବର୍ଗର ଅଛନ୍ତି। ତେବେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୭ ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୨,୮୩୪ ଓ ମୃତ୍ୟୁ ସଂଖ୍ୟା ୮,୪୪୪କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ଡେଲ୍‌ଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି। ଆଇସିଏମ୍‌ଆର୍‌ର ଅତିରିକ୍ତ ନିର୍ଦ୍ଦେଶକ ସମୀରନ ପଣ୍ଡା କହିଛନ୍ତି, ଯଦିଓ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲ୍‌ଟା ଦ୍ୱାରା ସଂକ୍ରମିତ ହେଉଛନ୍ତି। ଡେଲ୍‌ଟା ଭାରିଆଣ୍ଟବେଳେ ହସ୍ପିଟାଲରେ ଯେଭଳି ସ୍ଥିତି ଦେଖା ଦେଇଥିଲା, ଦେଶରେ ‘ଓମିକ୍ରନ’ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ହସ୍ପିଟାଲ ଉପରେ ସେଭଳିି ଚାପ ପଡ଼ି ନ ପାରେ। ଏବେ ଯେଉଁମାନେ ଓମିକ୍ରନ ଦ୍ବାରା ସଂକ୍ରମିିତ ଚିହ୍ନଟ ହୋଇଛନ୍ତି ସେମାନଙ୍କର ଯାତ୍ରା ବିବରଣୀ ହେଉଛି ଦିଦେଶ ଗସ୍ତ। ତେଣୁ ଏପରି ସ୍ଥିତିରେ କରୋନା ନିୟମ ମାନିବା ଜରୁରୀ। ରାଜ୍ୟ ସରକାର ଜନ ଗହଳିକୁ ଦୂରେଇ ରଖିବା ସହିତ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବା ଜରୁରୀ। ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିବା ସହିତ ହସ୍ପିଟାଲଗୁଡ଼ିକ ସତର୍କ ରହିବା ଆବଶ୍ୟକ। ଓମିକ୍ରନ୍‌ ଯେପରି ଗୋଷ୍ଠୀ ସଂକ୍ରମଣରେ ପରିଣତ ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ହେବ। ଏହାକୁ ରୋକିବାକୁ ଜିଲା ସ୍ତରରେ ପ୍ରସ୍ତୁତ ରହିବାକୁ ହେବ ବୋଲି ଆଇସିଏମ୍‌ଆର୍‌ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri