ଡକାୟତ ଗ୍ୟାଙ୍ଗ୍‌ର ୭ ଗିରଫ

ଅନୁଗୋଳ ଅଫିସ/ ଛେଣ୍ଡିପଦା,୧୨।୧ – ଅନୁଗୋଳ ଜିଲାକୁ ଡକାୟତି ପାଇଁ ଆସୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ଅନୁଗୋଳ ସ୍ପେଶାଲ୍‌ ସ୍କ୍ବାଡ୍‌ ସୋମବାର ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ବନ୍ଧୁକ, ଗୁଳି ଓ ୩୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଡକାୟତ ଦଳ ଦୁଇଟି ଗାଡ଼ିରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରଜପଥରେ ଯାଉଥିବା ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ନିଶା ଶିଳାଞ୍ଚଳ ଥାନା ସମ୍ମୁଖରେ ରାସ୍ତା ଅବରୋଧ କରି ଜଗି ରହିଥିଲା। ଡକାୟତଙ୍କ ଗାଡ଼ି ସେଠାରେ ପହଞ୍ଚିବା ପରେ ରାସ୍ତା ନ ପାଇ ଢାବା ଆଡକୁ ଚାଲିଯାଇଥିଲା। ତୁରନ୍ତ ପୋଲିସ ଉକ୍ତ ଢାବା ସମ୍ମୁଖରେ ପହଞ୍ଚି ଦୁଇଟି ଗାଡ଼ି (ନଂ. ଓଆର୦୨ବିଏନ-୮୬୨୪ ଓ ଓଡି୦୨ବିଆର-୩୪୬୩) ଓ ୭ ଅଭିଯୁକ୍ତଙ୍କୁ ଅଟକ ରଖି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲିସ ଗାଡିରୁ ଗୋଟିଏ ବନ୍ଧୁକ, ୪ଟି ଜୀବନ୍ତ ଗୁଳି ଓ ଟଙ୍କା ଜବତ କରିଥିଲା। ନିଶା ଶିଳ୍ପାଞ୍ଚଳରେ ଡକାୟତି ଉଦ୍ଦେଶ୍ୟରେ ସମ୍ପୃକ୍ତ ୭ଜଣ ଆସିଥିବା ତଦନ୍ତରୁ ଜଣାପଡ଼ିବା ପରେ ନଂ. ୪/୨୨ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ରୁକୁଟା ଗ୍ରାମର ଦେବାଶିଷ ରାଉତ(୨୬), ଢେଙ୍କାନାଳ ଜିଲା ସଦର ଥାନା ଶିଆରିଆ ଗ୍ରାମର ସୁନୀଲ କୁମାର ରାଉତ(୨୮), କଟକ ଜିଲା ଆଠଗଡ ଥାନା ଲକ୍ଷ୍ମୀନାରାୟଣପୁର ଗ୍ରାମର ଉମେଶ ଚନ୍ଦ୍ର ସାମଲ(୨୭), ସୁବାଶିଷ ସାହାଣୀ(୩୫), ଢେଙ୍କାନାଳ ଜିଲା ରାସୋଳ ଥାନା ବ୍ରହ୍ମପୁର ଗ୍ରାମର ରାଜେଶ ପ୍ରଧାନ(୨୨), କଟକ ଜିଲା ଆଠଗଡ ଥାନା ଉପରସାହିର ଜିତୁରଞ୍ଜନ ବେହେରା(୨୭), ଅନୁଗୋଳ ଜିଲା ଜରପଡା ଥାନା ଜରପଡା ଗ୍ରାମର ସୁଶାନ୍ତ ସାହୁ(୨୬)। ଉକ୍ତ ଗ୍ୟାଙ୍ଗ ବଇଣ୍ଡା ଅଞ୍ଚଳରେ ହୋଇଥିବା ବ୍ୟାଙ୍କରୁ ଚୋରି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ କରୁଛି। ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ନିଶା ଶିଳ୍ପାଞ୍ଚଳ ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri