ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୭ ଗିରଫ

ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍‌, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଥିବା ବେଳେ ଶନିବାର ଏହି ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ ବେଳେ ସମ୍ପୃକ୍ତ ବେଆଇନ ବନ୍ଧୁକ କାରବାରର ସୁରାକ୍‌ ପୋଲିସ ହାତରେ ଲାଗିଛି। ପୁରୀ ପୋଲିସ ଏହି ମାମଲାରେ ୭ଜଣଙ୍କୁ ଗିରଫ କରିଛି। ଏଥିସହ ୪ଟି ଦେଶୀ ବନ୍ଧୁକ, ୪ଟି ଗୁଳି, ଲୁହାରଡ୍‌, ୨ ମୋବାଇଲ୍‌ ଫୋନ, ଗୋଟିଏ ବାଇକ୍‌ ଓ ୨୮ଶହ ଟଙ୍କା ଜବତ କରିଛି। ବଳିଆପଣ୍ଡା ଓ ଟାଉନ ଥାନା ଅଞ୍ଚଳରୁ ଗୋଟିଏ ଲେଖାଏ ଓ ସଦର ଥାନା ଅଞ୍ଚଳରୁ ଦୁଇଟି ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ସଦର ଥାନା ଅଞ୍ଚଳର ରତିକାନ୍ତ ପରିଡ଼ା, ଚନ୍ଦନପୁର ଥାନା ଅଞ୍ଚଳର ବିକ୍ରମ ପଣ୍ଡା, ଟାଉନ ଥାନା ଅଞ୍ଚଳର ରୁଦ୍ରପ୍ରସାଦ ରାଉତ ଓ ହରିଚନ୍ଦନ ପୃଷ୍ଟି, କୁମ୍ଭାରପଡ଼ା ଥାନା ଅଞ୍ଚଳର ଲୋକନାଥ ଦାଶ ଓ ରଞ୍ଜିତ କୁମାର ମହାନ୍ତି ଏବଂ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ଅଶୋକ ସାହୁ। ଏମାନଙ୍କ ବିରୋଧରେ ୪ଟି ମାମଲା(ନଂ. ୭୧,୧୬୬, ୧୬୭, ୧୭୩/୨୨) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଶନିବାର ଏସ୍‌ପି କନୱର ବିଶାଲ ସିଂ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଚଳିତବର୍ଷ ୧୬ଟି ବନ୍ଧୁକ ଜବତ ହୋଇସାରିଲାଣି। ବେଆଇନ ବନ୍ଧୁକ କାରବାର ବିରୋଧରେ ପୋଲିସର ଅନୁସନ୍ଧାନ ଓ ଚଢ଼ାଉ ଜାରି ରହିବ। ତେବେ ଧରାଯାଇଥିବା ଅଭିିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକରୁ ଅଧିକ ମାମଲା ରହିଥିଲା। ବନ୍ଧୁକ କାରବାରରେ ଆନ୍ତଃଜିଲା କାର୍ଯ୍ୟକଳାପ ଚାଲୁ ରହିଛି। ପୋଲିସ ଏସବୁର ତଦନ୍ତ କରିବା ସହ ଗିରଫ ୭ଜଣଙ୍କୁ ପଚରାଉଚରା କରୁଛି। ପୁରୀ ପୋଲିସ ଏବେ ମଧ୍ୟ ଚଢ଼ାଉ ଜାରି ରଖିଥିବା ବେଳେ ଆନ୍ତଃଜିଲା ଚୋରାଚାଲଣ ଲିଙ୍କ୍‌କୁ ଧରିବାକୁ ଉଦ୍ୟମ କରାଯାଉଛି। ସ୍ଥାନୀୟ ସ୍ତରରୁ ବେପାରୀମାନେ ବନ୍ଧୁକ କିଣୁଥିବା ବେଳେ ବିଭିନ୍ନ ଶ୍ରେଣୀରେ ବେପାରୀ ଓ ଡିଲର ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ବେପାରୀ ଓ ଅନ୍ୟମାନେ ବନ୍ଧୁକ ନିଜ ପାଖରେ ରଖିଥିଲେ। ଅପରାଧ ଘଟାଇବା ପାଇଁ ଏହି ବନ୍ଧୁକକୁ ବ୍ୟବହାର କରାଯାଉଛି। ଦାଦାବଟି ଓ ଡ୍ରଗ୍ସ କ୍ଷେତ୍ରରେ ପୁରୀ ପୋଲିସ ଯେଉଁଭଳି ଭାବେ ସଫଳତା ପାଇଛି ତାହା ଚୋରାବନ୍ଧୁକ ଚାଲାଣ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେବ। କ୍ରମାଗତ ଭାବେ ଚଢ଼ାଉ ଚାଲିଥିବା ହେତୁ ଅପରାଧୀମାନଙ୍କ ସମ୍ପର୍କିତ କୌଣସି ଖବର ପୁରୀ ପୋଲିସକୁ ଦେବାକୁ ଚାହୁଁଥିଲେ, ଜାରି ହୋଇଥିବା ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରାଯାଇପାରିବ। ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ମଧ୍ୟ ଆମ ନିକଟରେ ରହିଛି। ଲାଇସେନ୍ସଧାରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପୋଲିସର ନଜର ରହିଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri