ଜଙ୍ଗଲରୁ ଗଛ କାଟି ବନ୍ଧା ହେଲେ ୭

କୋକସରା,୬ା୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ଗ୍ରାମର ପଦୁ ଝାଙ୍କର (୬୦), ଗବର ମାଝୀ (୫୭), ଚତୁର ବେମାଲ (୫୦), ମିନିକେତନ ପୁଝାରି(୬୫), କରୁଣା ଧରୁଆ(୪୫), ଲିଙ୍ଗରାଜ ଭରତିଆ (୬୦) ଓ କୁଳେରଗୁଡା ଗ୍ରାମର ଲକ୍ଷ୍ମୀଧର ପୋଢ଼(୬୦)। ଗଛ କଟାଯିବା ନେଇ କୌଣସି ସୂତ୍ରରୁ ଖବର ପାଇ ବେହେରା ଫରେଷ୍ଟର ଫାଲଗୁନୀ ମେହେର, ଗୋତୋମୁଣ୍ଡା ବିଟ ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ଘଣ୍ଟିଗୁଡା ବିଟ ଫରେଷ୍ଟ ଗାର୍ଡ ଗିରିଧାରୀ ଗଉଡ଼, ପାରା ଫରେଷ୍ଟ କର୍ମଚାରୀ ସ୍ବାଧୀନ ଦଣ୍ଡସେନା, ଅଶୋକ କୁମାର ରାଉତ ଶୁକ୍ରବାର ସନ୍ଧ୍ୟାରେ ଡବାଚୁଆରେ ଚଢାଉ କରିଥିଲେ। ଚଢାଉ ବେଳେ ଉପରୋକ୍ତ ୭ ଜଣଙ୍କୁ ଗିରଫ କରାଯାଇ ଶନିବାର କୋକସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା  । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।