Advertisement

ଜଙ୍ଗଲରୁ ଗଛ କାଟି ବନ୍ଧା ହେଲେ ୭

କୋକସରା,୬ା୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ଗ୍ରାମର ପଦୁ ଝାଙ୍କର (୬୦), ଗବର ମାଝୀ (୫୭), ଚତୁର ବେମାଲ (୫୦), ମିନିକେତନ ପୁଝାରି(୬୫), କରୁଣା ଧରୁଆ(୪୫), ଲିଙ୍ଗରାଜ ଭରତିଆ (୬୦) ଓ କୁଳେରଗୁଡା ଗ୍ରାମର ଲକ୍ଷ୍ମୀଧର ପୋଢ଼(୬୦)। ଗଛ କଟାଯିବା ନେଇ କୌଣସି ସୂତ୍ରରୁ ଖବର ପାଇ ବେହେରା ଫରେଷ୍ଟର ଫାଲଗୁନୀ ମେହେର, ଗୋତୋମୁଣ୍ଡା ବିଟ ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ଘଣ୍ଟିଗୁଡା ବିଟ ଫରେଷ୍ଟ ଗାର୍ଡ ଗିରିଧାରୀ ଗଉଡ଼, ପାରା ଫରେଷ୍ଟ କର୍ମଚାରୀ ସ୍ବାଧୀନ ଦଣ୍ଡସେନା, ଅଶୋକ କୁମାର ରାଉତ ଶୁକ୍ରବାର ସନ୍ଧ୍ୟାରେ ଡବାଚୁଆରେ ଚଢାଉ କରିଥିଲେ। ଚଢାଉ ବେଳେ ଉପରୋକ୍ତ ୭ ଜଣଙ୍କୁ ଗିରଫ କରାଯାଇ ଶନିବାର କୋକସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା  । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...

ଆମ୍ବ ତୋଳିବା କାଳ ହେଲା: ପାଣିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ବାହାନଗା, ୫ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ଦୁଇ ଭଉଣୀ...

କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି...

କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭ ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ...

ନିର୍ବନ୍ଧରେ ଯୋଗଦେବାକୁ ଯାଉଥିଲା ବେଳେ କାର୍‌ ଉପରେ ପଡ଼ିଲା ବାସି ତୋରାଣି, ଆଉ ତା’ ପରେ…

ଗଞ୍ଜାମ,୨୪।୧୦(ଡିଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ପୁରୁଣା ଜାତୀୟ ରାଜପଥ ବଡବଜାରସ୍ଥିତ ଏକ ଜଳଖିଆ ଦୋକାନ ପାର୍ଶ୍ୱରେ ଏକ କାର ଉପରକୁ ବାସି ତୋରାଣି ଫିଙ୍ଗିବା ଚର୍ଚ୍ଚାର ବିଷୟ...

ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ଛକରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ଅଛି, ଗ୍ରାମବାସୀ ଭାଇମାନେ ଜାଣନ୍ତୁ, ପୋଲିସମାନେ...

କୋଭିଡ଼-୧୯ ବିରୋଧରେ ବେଦାନ୍ତର ତୃଣମୂଳ ସ୍ତରରେ ପ୍ରୟାସ

ଝାରସୁଗୁଡା ଅଫିସ,୧୬।୪: ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନୀର ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ କୋଭିଡ଼-୧୯ ବିରୋଧରେ ଚାଲିଥିବା ଯୁଦ୍ଧରେ ଅଗ୍ନିଶମ ବିଭାଗ ଦ୍ୱାରା ଏହାକୁ ଆହୁରି ସୁଦୃଢ଼ କରାଯାଇଛି। କମ୍ପାନୀର...

୪ ଶହ ମିଟର ଛାଡ଼ିଦେଲେ, ପୋଲ କଲେନି

ବଇଣ୍ଡା, ୬ା୮(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର କୁରୁମଟାପ ଛକଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସମ୍ପୂର୍ଣ୍ଣ ପକ୍କା କରାଯାଉ ନାହିଁ। ନିର୍ମାଣ କାର୍ଯ୍ୟ ବେଳେ...

Advertisement
Archives

Model This Week