Categories: ଜାତୀୟ

ବୁଡ଼ିଗଲା ନିବେଶକଙ୍କ ୭.୫୯ ଲକ୍ଷ କୋଟି…

ମୁମ୍ବାଇ,୨୪।୨ : ଭାରତୀୟ ଦଲାଲ ଷ୍ଟ୍ରିଟ୍‌ର ଷ୍ଟକ ମାର୍କେଟରେ ଗୁରୁବାର ଦେଖାଦେଇଥିବା ପତନ ଯୋଗୁ ନିବେଶକମାନେ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କର ସମ୍ପତ୍ତିର ବହୁ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି।

ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ ହ୍ରାସ ଯୋଗୁ ନିବେଶକଙ୍କର ୭.୫୯ ଲକ୍ଷ କୋଟି ଟଙ୍କା ପାଣିରେ ପଡ଼ିଛି। ନିବେଶକଙ୍କ ସମ୍ପତ୍ତି ଗୁରୁବାର ୨୪୮.୦୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଏହା ବୁଧବାର ୨୫୫.୬୮ ଲକ୍ଷ କୋଟି ଟଙ୍କା ଥିଲା।

ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ଷ୍ଟକ ମାର୍କେଟ କ୍ରାଶ୍‌ ହୋଇଛି। ଷ୍ଟକ୍‌ ବଜାରରେ ନିବେଶକମାନେ ଖୋଲିବାର କିଛି ମିନିଟ ମଧ୍ୟରେ ୭.୫୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ପରେ ଶେୟାର ବଜାରରେ ସୂଚକାଙ୍କ ତାଲିକାରେ କେବଳ ଲାଲ ଚିହ୍ନ ଭରି ଯାଇଥିଲା।

Share