ବନ୍ଧୁକ ଦେଖାଇ ସମବାୟ କର୍ମଚାରୀଙ୍କଠାରୁ ୭.୫ ଲକ୍ଷ ଲୁଟ୍‌

ବାଲୁଗାଁ,୩୦।୩(ଡି.ଏନ୍‌.ଏ.): ବାଲୁଗାଁ ଥାନା ଅଧୀନ ବାବାଲୁଗାଁ ବସଷ୍ଟାଣ୍ଡର ଅନତି ଦୂରରେ ମଙ୍ଗଳବାର ଅପରାହ୍ନ ସ୍ପଷ୍ଟ ଦିବାଲୋକରେ ଏକ ଲୁଟ୍‌ ହୋଇଛି। ଜଣେ ସମବାୟ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନଗଦ ୭ଲକ୍ଷ ୫୦ହଜାର ୫୬୦ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଏହାଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିବା ବେଳେ ପରେ ଖବରପାଇ ପୋଲିସ ଆସି ତଦନ୍ତ ଚଳାଇଛି। ଖବର ଅନୁଯାୟୀ,ବାଲୁଗାଁ  ନିକଟ ବଡ଼କୂଳ ସେବା ସମବାୟ ସମିତିର ସହ-ସମ୍ପାଦକ ତଥା କୋଷାଧ୍ୟକ୍ଷ ଭୋବନେଶ୍ୱର ରଥ ତାଙ୍କର ଜଣେ ସହକର୍ମୀ ସମୀର କୁମାର ସାହୁଙ୍କ ସହ ବଡ଼କୂଳ ଓ ଡୁଙ୍ଗମାଳ ପଞ୍ଚାୟତ ଅଧୀନ ଗ୍ରାମଗୁଡ଼ିକରୁ ଅପରାହ୍ନରେ କୃଷି ଋଣ ଅର୍ଥ ଆଦାୟ କରି ବାଲୁଗାଁସ୍ଥିିତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କକୁ ଜମା କରିବା ନିମନ୍ତେ ୨ଟି ବାଇକ୍‌ ଯୋଗେ ଆଗପଛ ହୋଇ ଆସୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ବାଲୁଗାଁ ବସ୍‌ଷ୍ଟାଣ୍ଡ ଏବଂ ଇଞ୍ଜନପୁର ଗ୍ରାମ ମଧ୍ୟବର୍ତ୍ତୀ ସ୍ଥଳରେ ପୂର୍ବରୁ ପିଛା କରୁଥିବା ୩ଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ହଠାତ୍‌ ନିକଟକୁ ଆସି ପ୍ରଥମେ ଭୋବନେଶ୍ୱରଙ୍କ ବାଇକ୍‌କୁ ଗୋଇଠା ମାରିବାରେ ବାଇକ ସହ ରାସ୍ତାପାର୍ଶ୍ୱ ଏକ ବୁଦାରେ ସେ ପଡ଼ିଯାଇଥିଲେ। ଭୟରେ ତାଙ୍କ ସହକର୍ମୀ ରହିଯାଇଥିବା ବେଳେ ଦୁର୍ବୃତ୍ତମାନେ ୨ଜଣଙ୍କୁ ଘେରିଯାଇ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏପରିକି ତାଙ୍କଠାରୁ ବାଇକ୍‌ ଚାବି ଛଡ଼ାଇ ନେଇ ଡିକି ଖୋଲି ଆଦାୟ କରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଏବଂ ୨ଜଣଙ୍କ ମୋବାଇଲ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ବାଲୁଗାଁ ଥାନା ଏବଂ ନାଭାଲ ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଲୁଟେରାଙ୍କୁ ଠାବ କରିବା ପାଇଁ ଆଖପାଖ ବିଭିନ୍ନ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତେବେ ପୋଲିସ୍‌ ଲୁଟେରାଙ୍କ ଅନୁସନ୍ଧାନ ଜାରି ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri