୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି

ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ ଆଦାୟ କରିପାରିଛନ୍ତି। ରାଜ୍ୟ ସଭାରେ ଅର୍ଥ ମନ୍ତ୍ରଣାଳୟ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମୋଟ ୭.୩୪ ଲକ୍ଷ କୋଟି ଟଙ୍କା ଋଣକୁ ଅନାଦାୟ ଦର୍ଶାଇ ଏହାକୁ ରିଟେନ୍‌ ଅଫ୍‌ କରିଥିବାବେଳେ ସେଥିରୁ ୧.୦୩ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ଅସୁଲି ପରେ ୫ ବର୍ଷରେ ମୋଟ ୬.୩୧ ଲକ୍ଷ କୋଟି ଟଙ୍କା ଅନାଦାୟ ରହିଛି। ରିଟେନ୍‌ ଅଫ୍‌ ଅର୍ଥ ନୁହେଁ ଯେ ଋଣଗ୍ରହୀତାମାନଙ୍କୁ ଏହା ଛାଡ଼ କରିଦିଆଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ସେମାନଙ୍କଠାରୁ ଋଣ ଅସୁଲି ପ୍ରକ୍ରିୟା ଜାରି ରହିଛି। ସେମାନଙ୍କୁ ଋଣ ଅର୍ଥ ପରିଶୋଧ କରିବାକୁ ପଡ଼ିବ। ଏଥିପାଇଁ ସିଭିଲ୍‌ କୋର୍ଟ କିମ୍ବା ଋଣ ଆଦାୟ ଟ୍ରିବ୍ୟୁନାଲରେ ମାମଲା ଦାଏର ହେଉଛି। ପ୍ରତିଭୂତିକରଣ ଓ ବିତ୍ତୀୟ ସମ୍ପତ୍ତିର ପୁନର୍ଗଠନ ଏବଂ ପ୍ରତିଭୂତି ସ୍ବାର୍ଥ ଆଇନ ପ୍ରବର୍ତ୍ତନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ମନ୍ତ୍ରଣାଳୟ କହିଛି। ଏହା ବ୍ୟତୀତ ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ଟ କୋଡ, ୨୦୧୬ ଅନୁଯାୟୀ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲରେ ମାମଲା ଦାଏର କରାଯାଉଛି। ବୁଝାମଣାରେ କେତେକ ଅନାଦାୟ ଋଣ ମାମଲାର ସମାଧାନ କରାଯାଉଥିବାବେଳେ ଅଣକାର୍ଯ୍ୟକାରୀ ସମ୍ପତ୍ତି (ଏନ୍‌ପିଏ) ବିକ୍ରି କରାଯାଇ ଋଣ ଅର୍ଥ ଭରଣା କରାଯାଉଛି। ବାଲାନ୍ସ ଶିଟ୍‌କୁ କ୍ଲିନ୍‌ ଅପ୍‌ କରିବା ପାଇଁ ଆର୍‌ବିଆଇ ଗାଇଡ୍‌ଲାଇନ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଅନାଦାୟ ଋଣକୁ ରାଇଟ୍‌ ଅଫ୍‌ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri