ତୁର୍କୀ-ସିରିଆ ପରେ ଚାଇନାରେ ଶକ୍ତିଶାଳୀ ଭୂକମ୍ପ

ବେଜିଂ,୨୩ ।୨: ସିରିଆ ଓ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର ଛାତିଥରା ଦୃଶ୍ୟ ମନରୁ ଲିଭି ନ ଥିବା ବେଳେ ଗୁରୁବାର ସକାଳେ ଚାଇନା ଓ ତାଜିକିସ୍ତାନ ସୀମାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଚାଇନାରେ ଗୁରୁବାର ସ୍ଥାନୀୟ ସମୟ ଅନୁଯାୟୀ ୮ଟା ୩୭ରେ ଝିଂଜିୟାଂଗରେ ୭.୩ ତୀବ୍ରତାର ଭୂକମ୍ପ ଆସିଥିବା ବେଳେ ପୂର୍ବ ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂକମ୍ପ ଆସିଛି ।
ଚାଇନାର ଭୂକମ୍ପ ନେଟୱର୍କ କେନ୍ଦ୍ର(ସିଇଏନସି)ଉଇଗର ୱାୟତ୍ତ ଅଞ୍ଚଳରେ ଭୂକମ୍ପ ଆସିଥିବା ସୂଚନା ଦେଇଛି । ୟୁଏସ ସିସମୋଲଜିକାଲ ସର୍ଭେ ତାଜିକିସ୍ତାନରେ ଭୂକମ୍ପ ଆସିଥିବା ସୂଚନା ଦେଇଛି । ଭୂକମ୍ପ ଶକ୍ତୀଶାଳୀ ଥିବାରୁ ଏହାର କ୍ଷୟକ୍ଷତି ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Share