ବିଧାନସଭାରେ ‘୬୯’ ଝଡ଼

ଭୁବନେଶ୍ୱର,୪ା୧୨ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ କହୁଛନ୍ତି। ତେବେ ସରକାର ଚଳିତବର୍ଷ ଚାଷୀଙ୍କଠାରୁ କେତେଟଙ୍କାରେ ଧାନ ସଂଗ୍ରହ କରିବେ, ତାହା ସ୍ପଷ୍ଟ କରନ୍ତୁ। ଇତିମଧ୍ୟରେ କେନ୍ଦ୍ର ସରକାର କୁଇଣ୍ଟାଲ ପିଛା ଧାନର ସର୍ୱନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଯେଉଁ ୬୯ ଟଙ୍କା ବୃଦ୍ଧି କରିଛନ୍ତି (୨୩୦୦ରୁ ୨୩୬୯ ଟଙ୍କା), ତାହାସହ ୮୦୦ ଟଙ୍କା ମିଶିବ କି ନାହିଁ ତାହା ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟ କରନ୍ତୁ। ବାସ୍ତବରେ ରାଜ୍ୟ ସରକାର କଥା ଦେଇ କେତେକଥା ରଖିଛନ୍ତି ତାହା ଚାଷୀଭାଇମାନେ ଜାଣିବା ଆବଶ୍ୟକ। କେନ୍ଦ୍ରର ୬୯ ଟଙ୍କାକୁ ରାଜ୍ୟ ସରକାର ହାଇଜାକ୍‌ କରିଛନ୍ତି ନା ନାହିଁ, ତାହା ଜଣାପଡ଼ିବ ବୋଲି କହି ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ମୁଲତବି ଆଲୋଚନା କାଳରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି।
ଏହାର ଜବାବ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସେଥିରେ କୌଣସି ଦ୍ୱିମତ ନାହିଁ। ପୂର୍ୱ ସରକାର ୧୦୦ ଟଙ୍କା ବୋନସ୍‌ ଦେବାକୁ ଘୋଷଣାକରି ଦେଇପାରି ନ ଥିବାବେଳେ ଭାଜପା ସରକାର ୮୦୦ ଟଙ୍କାର ସବ୍‌ସିଡି ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଉଭୟ ବିରୋଧୀ ଓ ଶାସକ ଦଳର ଆଲୋଚନା ଶୁଣିବା ପରେ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶକରି ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ।
ବୁଧବାର ଗୃହରେ ‘ବ୍ୟାପକ ଅବ୍ୟବସ୍ଥାରେ ଚାଲିଛି ମଣ୍ଡି’ ଶୀର୍ଷକ ମୁଲତବି ଆଲୋଚନା

ଆରମ୍ଭକରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବରଗଡ଼ ଓ ପଶ୍ଚିମ ଓଡ଼ିଶାରୁ ଅଧିକ ଧାନ ସଂଗ୍ରହ ହୁଏ। ଏ ବର୍ଷ ଧାନକିଣା ପ୍ରକ୍ରିୟା ୧ ମାସରୁ ଅଧିକ ବିଳମ୍ୱ ହୋଇଛି। ଚାଷୀ ପାଖରେ ଧାନ ରଖିବାକୁ ଜାଗା ନାହିଁ କି ଟଙ୍କା ନାହିଁ। ସେ ସାହୁକାରଠାରୁ ଯେଉଁ କରଜ କରି ଧାନଫସଲ କରିଥିବ ତାକୁ ଶୁଝିବା ପାଇଁ ତରତର। ଏହାର ସୁଯୋଗ ନେଇ ଦଲାଲ୍‌ମାନେ ୧୬୦୦ରୁ ୧୭୦୦ ଟଙ୍କାରେ କେତେଜଣ ଚାଷୀଙ୍କଠାରୁ ଧାନ କିଣିଲେଣି। ଏ କଥାକୁ ସରକାର ଗୁରୁତ୍ୱ ନ ଦେଇ କେତେ ଚାଷୀ ପଞ୍ଜୀକରଣ କଲେ, ସେଥିରେ ସରକାର ବାହାବା ନେବାକୁ ବସିଛନ୍ତି। ବରଗଡ଼ରେ ୫ ହଜାର ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି। ସେମାନେ ଏବେ ଧାନ ବିକିବେ କେଉଁଠି? ପୂର୍ୱରୁ ଗୋଟିଏ ପରିବାର ପାଇଁ ଜଣେ ବ୍ୟକ୍ତି ପଞ୍ଜୀକରଣ କରୁଥିବାବେଳେ ଏବେ ଯେତେ ଭାଇକୁ ସେତେଭାଗ ନ୍ୟାୟରେ ପଞ୍ଜୀକରଣ କରାଯାଉଥିବାରୁ ସଂଖ୍ୟା ବଢୁଛି। ହେଲେ ଚାଷଜମି ବଢ଼ିନାହିଁ। ବିଭାଗୀୟ ମନ୍ତ୍ରୀ ଚଳିତବର୍ଷ ଚାଷୀଙ୍କଠାରୁ କେତେ ଧାନ ସଂଗ୍ରହ କଲେଣି, କେତେ ଏମ୍‌ଏସ୍‌ପିରେ ଧାନ ସଂଗ୍ରହ କରିବେ ସେନେଇ ଏକ ସ୍ପଷ୍ଟ ଚିତ୍ର ରଖନ୍ତୁ। ଏହାସହିତ ମିଲର ଏବଂ ମଣ୍ଡି ଟ୍ୟାଗିଂ ପ୍ରକ୍ରିୟା କେତେଦୂର ହୋଇଛି, ଏଫ୍‌ସିଆଇ କେତେ ଚାଉଳ ଉଠାଇଛି ଏବଂ କେତେ ଉଠାଇବ, ତାହାର ମଧ୍ୟ ସ୍ପଷ୍ଟ ଉତ୍ତର ରଖିବାକୁ ସେ ଦାବି କରିଥିଲେ।
ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, କହିଥିଲ ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି। ଏବେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା କେତେ ଦେବ ତାହା ସ୍ପଷ୍ଟ କର। ପୂର୍ୱ ସରକାର ସମୟରେ ମୋତେ ଘେରାଉ କରିଥିଲେ ଟୋକନ ବ୍ୟବସ୍ଥା ଉଠାଇଦିଅ। ଏବେ ପୂର୍ୱ ସରକାର ବ୍ୟବସ୍ଥା ଠିକ୍‌ ଥିଲା ବୋଲି ସ୍ୱୀକାର କରିବେ କି? କଟ୍‌ନି ଛଟ୍‌ନି ପାଇଁ କେଉଁ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବିଭାଗୀୟ ମନ୍ତ୍ରୀ ତାହାର ଉତ୍ତର ରଖିବାକୁ ସେ ଦାବି କରିଥିଲେ। ବିଜେଡି ସଦସ୍ୟ ପ୍ରଦୀପ ଦିଶାରୀ କଳାହାଣ୍ଡିରେ ଜିଲାପାଳ କେବଳ ଏଗ୍ରିମେଣ୍ଟ କରିଛନ୍ତି, ହେଲେ ଧାନକିଣା ଆରମ୍ଭ ହୋଇନାହିଁ ବୋଲି କହିଥିଲେ। କଂଗ୍ରେସ ସଦସ୍ୟ ଅଶୋକ ଦାସ ସରକାରଙ୍କ ପାଖରେ ଧାନ ସଂରକ୍ଷଣ କରିବାକୁ ଭଣ୍ଡାର ନ ଥିବାବେଳେ ଚଳିତବର୍ଷ କି ଯୋଜନା ରଖିଛନ୍ତି ତାହା ଜାଣିବାକୁ ଚାହିଁଥିଲେ।
ଭାଜପା ସଦସ୍ୟ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ, ଗତ ସରକାରରେ ଧାନ ଟଙ୍କା ପାଇବାକୁ ୧୫ରୁ ୨୦ ଦିନ ଲାଗୁଥିଲା। ଏବେ ୪୮ ଘଣ୍ଟାରେ ଚାଷୀ ଟଙ୍କା ପାଉଛନ୍ତି। ନୂଆପଡ଼ାରେ ବୋଧେ ବିରୋଧୀ କିଛି ଶିଖି ପାରିଲେ ନାହିଁ। ଏ ସରକାର ଉପରେ ଚାଷୀଙ୍କ ବିଶ୍ୱାସ ଅଛି। ଚାଷୀଙ୍କ ନାଁରେ ଦଲାଲି ବ୍ୟବସ୍ଥା ସମାପ୍ତ ହେବ। ମିଲର୍‌ଙ୍କ ପାଇଁ ଆପଣ ଗୋଦାମ କରୁ ନ ଥିଲେ, ଏବେ ସରକାର ଗୋଦାମ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆଲୋଚନାରେ ସଦସ୍ୟ ସନତ୍‌ କୁମାର ଗଡ଼ତିଆ ଏବଂ ମାନସ କୁମାର ଦତ୍ତ ଭାଗ ନେଇଥିଲେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ବିରୋଧୀଙ୍କୁ ଜବାବ ଦେଇ କହିଥିଲେ, ଚଳିତ ବର୍ଷ ଚାଷୀଙ୍କ ସୁବିଧା ପାଇଁ ଜିଲା ପ୍ରଶାସନକୁ ଟୋକନ ଅବଧି ନିର୍ଦ୍ଦିଷ୍ଟ ସମୟସୀମାଠାରୁ ୧୫ ଦିନ ପର୍ଯ୍ୟନ୍ତ ବଢ଼ାଇବା କ୍ଷମତା ଦିଆଯାଇଛି। ବିଗତବର୍ଷ ତୁଳନାରେ ୨୦୨୪-୨୫ରେ ୮୦ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଚାନକ ମାଡିବସିଲା ଅବକାରୀ ପୋଲିସ, ଜବତ ହେଲା ଏତେ ଟଙ୍କାର…

ବାଲେଶ୍ୱର, ୧୦।୩: (ବାଞ୍ଛାନିଧି ଦେ): ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନ ବୈଷ୍ଣବ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩: ଓଡିଶାରେ ରେଳ ସଂଯୋଗୀକରଣକୁ ନେଇ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାର ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ…

ଟିମ୍ ଇଣ୍ଡିଆ ପାଇଁ BCCIର ବଡ଼ ଘୋଷଣା, ୧୦୦ କୋଟିରୁ ଅଧିକ ପୁରସ୍କାର ରାଶି….

ନୂଆଦିଲ୍ଲୀ,୧୦।୩:  ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି । ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ…

ଯୁଦ୍ଧକୁ ନେଇ ନବୀନ ଦେଲେ ବଡ଼ ସୂଚନା: ଓଡ଼ିଶା ସରକାରଙ୍କୁ କଲେ ଏହି ଅନୁରୋଧ

ଭୁବନେଶ୍ୱର,୧୦।୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି…

କୋଭିଡ଼ ଟୀକା ଯୋଗୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୩: ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗୁ ହେଉଥିବା ଗୁରୁତର ସ୍ବାସ୍ଥ୍ୟ କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ…

ଖରାଦିନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଗ୍ରୀଷ୍ମ ଋତୁରେ ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ସକରାତ୍ମକ ବଦଳରେ ନକାରାତ୍ମକ…

ମଞ୍ଚରେ ଭୋ ଭୋ ହୋଇ କାନ୍ଦି କ୍ଷମା ମାଗିଲେ ସୁନିଧି

ସୁନିଧି ଚୌହାନ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ଭାରତର ଶକିରା ଭାବରେ ଜଣାଯାଏ। ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri