ସର୍ବାଧିକ ପାରିଶ୍ରମିକ ପାଉଥିବା ଏହି ଅଭିନେତ୍ରୀ ଏବେ ବିତାଉଛନ୍ତି ନିଃସଙ୍ଗ ଜୀବନ

୬୦-୭୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ ଅଭିନେତ୍ରୀ ଆଶା ପାରେଖ। ତାଙ୍କ ଜୀବନ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ବହୁତ ଭିନ୍ନ ଥିଲା। ହେଲେ ସେ ବିବାହ କରିନାହାଁନ୍ତି ଏବଂ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ପ୍ରେମରେ ବିଫଳତା ଯୋଗୁ ସେ ସାରା ଜୀବନ ଏକାକୀ ରହିଗଲେ। ଆଶା ତାଙ୍କ ଆତ୍ମଜୀବନୀ ‘ଦି ହିଟ ଗର୍ଲ’ରେ ତାଙ୍କ ପ୍ରେମ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଆଶା ବିବାହ ନ କରିବାର କାରଣ କହିଥିଲେ। କହିଥିଲେ ସେ ଭଲ ପାଉଥିବା ପୁରୁଷ ଜଣକ ବିବାହିତ ।
ଆଶା କହିଛନ୍ତି, ସେ ସମୟରେ କାମ କରୁଥିବା କଳାକାରମାନଙ୍କୁ ଦେଖିଥିଲେ। ଯେଉଁମାନେ ପତ୍ନୀଙ୍କୁ ଭୁଲିଯାଉଥିଲେ। ମୋ ସହିତ ଏପରି ପରିସ୍ଥିତି ହେବାକୁ ମୁଁ ଚାହୁଁ ନ ଥିଲି। ଆଶା ବଲିଉଡର ଭେଟେରାନ ନିର୍ଦ୍ଦେଶକ ନରିସ ହୁସେନଙ୍କ ପ୍ରେମରେ ପଡ଼ିଥିଲେ।
୭୭ ବଷୀର଼୍ୟା ଆଶା, ବଲିଉଡରେ ୮୦ ଟି ଫିଲ୍ମରେ କାମ କରିଥିଲେ। ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ହିଟ ହୋଇଥିଲା। ଆଶା ତାଙ୍କ ସମୟର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ।

Share