ବରଗଡ଼ରୁ ୬୮ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୬୯୮୫ରେ ପହଞ୍ଚିଲା

ବରଗଡ଼ ଅଫିସ,୬।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର
ଜିଲାରେ ପୁଣି ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୮ ଜଣ ରହିଛନ୍ତି । ସେହିପରି ଭେଡେନ ବ୍ଲକର ୩, ବରଗଡ଼ ବ୍ଲକର ୪, ଅତାବିରା ବ୍ଳକର ୧୧, ବରପାଲି ବ୍ଳକର ୨,ବ ରପାଲି ଏନ୍‌ଏସିର ଜଣେ, ପଦ୍ମପୁର ବ୍ଲକର ଜଣେ, ପଦ୍ମପୁର ଏନ୍‌ଏସିର ୧୦, ଭଟଲି ବ୍ଲକର ୭ଜଣ, ସୋହେଲା ବ୍ଲକର ୯, ପାଇକମାଲ ବ୍ଲକର ଜଣେ, ଝାରବନ୍ଧ ବ୍ଲକର ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୮୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୮୮୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।