୬୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୩ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ: ମିର୍‌ ସୁଦ୍ଧିକ ଗିରଫ

ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ବୁଧବାର ଗେଟ୍‌ ବାଡ଼ ଅଞ୍ଚଳର ମିର୍‌ ସୁଦ୍ଧିକ୍‌ଙ୍କୁ ଗିରଫ କରିଛି। ବ୍ରାଉନ୍‌ ସୁଗାର କାରବାରରେ ଲିପ୍ତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହିତ ନଗଦ ୩ଲକ୍ଷ ୨୨ ହଜାର ୯୫୦ ଟଙ୍କା ଜବତ ହୋଇଛି। ଏହି ଚଢ଼ାଉରେ ଜଳେଶ୍ୱର ଆଇଆଇସି ଓ ଏସ୍‌ଆଇ ପ୍ରମୁଖ ସାମିଲ୍‌ ଥିଲେ।