Categories: ଜାତୀୟ

କୋର୍ଟରେ ପଡ଼ିିଛି ସିବିଆଇର ୬,୭୦୦ ଦୁର୍ନୀତି ମାମଲା

ନୂଆଦିଲ୍ଲୀ, ୨୫ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତଦନ୍ତ କରୁଥିବା ପ୍ରାୟ ୬,୭୦୦ ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୨୭୫ଟି ୨୦ ବର୍ଷ ହେଲା ପଡ଼ିରହିଛି ବୋଲି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା କୋର୍ଟରେ ଗଡ଼ୁଥିବା ଏପରି କେସ୍‌ରୁ ୧୦ରୁ ୨୦ ବର୍ଷ ପୁରୁଣା ମାମଲା ସଂଖ୍ୟା ୧,୯୩୯ ଥିବା ବେଳେ ୫ରୁ ୧୦ ବର୍ଷ ହେଲା ୨,୨୭୩ କେସ୍‌ ଟ୍ରାଏଲ ପାଇଁ ପଡ଼ିରହିଛି। ସେହିପରି ୮୧୧ ମାମଲା ୩ରୁ ଅଧିକ ବର୍ଷର ହୋଇଥିବା ବେଳେ ୧,୩୯୯ ମାମଲା ୧ରୁ ୫ବର୍ଷ ପୁରୁଣା। ଏତଦ୍‌ ବ୍ୟତୀତ ୧୦,୯୭୪ ଅପିଲ୍‌ ଏବଂ ରିଭିଜନ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପଡ଼ିରହିଛି। ଅନ୍ୟପକ୍ଷରେ ପ୍ରାୟ ୬୪୫ ଦୁର୍ନୀତି ମାମଲା ସିବିଆଇ ନିକଟରେ ତଦନ୍ତ ପାଇଁ ରହିଛି। ସେଥିରୁ ୩୫ ମାମଲା ପ୍ରାୟ ୫ ବର୍ଷ କିମ୍ବା ତଦ୍ଦୁର୍ଦ୍ଧ୍ୱ ପୁରୁଣା। କେବଳ ୨୦୨୧ରେ ସିବିଆଇ ୫୪୯ ସରକାରୀ କର୍ମଚାରୀଙ୍କ ବିରୋଧରେ ୪୫୭ ମାମଲା ରୁଜୁ କରିଥିଲା।

Share