ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି ଅଭ୍ୟାସକୁ ଏମିତି ଏକ ବ୍ୟବସାୟରେ ପରିଣତ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ନାମ ମିରିୟମ। ଦାବି ଅନୁଯାୟୀ, ଏହି ନିଆରା କାମରୁ ମିଳିଥିବା ଟଙ୍କାରେ ସେ ଦୁଇଟି ଘର ତିଆରି କରିଛନ୍ତି।
ରିପୋର୍ଟ ଅନୁଯାୟୀ, କଲମ୍ବିଆର ଆର୍ମେନିଆ ସହରରେ ରହୁଥିବା ମିରିୟମ ପ୍ରତିଦିନ ଘର ବାହାରେ ଏକ ଚେୟାର ପକାଇ ବସନ୍ତି। ଆଖପାଖରେ କିଏ କ’ଣ କରୁଛି, କାହା ଘରେ କ’ଣ ଚାଲିଛି, କିଏ କାହା ସହ ଝଗଡ଼ା କରୁଛି କିମ୍ବା କିଏ କାହାକୁ ଲୁଚାଇ ଦେଖା କରୁଛି ଏସବୁ ଖବର ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଥାଏ। ସେ ନିଜକୁ ଜଣେ ପେସାଦାର ଗସିପ୍‌ କୁଇନ୍‌ ବୋଲି କହନ୍ତି। ପଡ଼ୋଶୀଙ୍କ ବିଷୟରେ କିଛି ରୋଚକ ଖବର ଜାଣିବାକୁ ହେଲେ ଲୋକେ ମିରିୟମଙ୍କ ନିକଟକୁ ଆସନ୍ତି।
ମିରିୟମଙ୍କ ଏହି ସେବା କିନ୍ତୁ ମାଗଣା ନୁହେଁ। ଛୋଟମୋଟ ଗସିପ କିମ୍ବା ଖବର ପାଇଁ ସେ ଭାରତୀୟ ଟଙ୍କାରେ ପ୍ରାୟ ୧୫୦ରୁ ୩୦୦ ଟଙ୍କା।

କିନ୍ତୁ ଯଦି ଖବରଟି ବଡ଼ ରହସ୍ୟ କିମ୍ବା ବ୍ୟକ୍ତିଗତ ଗୁପ୍ତ କଥା ହୋଇଥାଏ, ତେବେ ଏହାର ଦାମ ମଧ୍ୟ ବଢ଼ିଯାଏ। ମିରିୟମଙ୍କ କହିବା ଅନୁଯାୟୀ, ତାଙ୍କ ସବୁଠାରୁ ମହଙ୍ଗା ଗସିପର ଦାମ ଥିଲା ପ୍ରାୟ ୨୧ ହଜାର ଟଙ୍କା।

ମିରିୟମଙ୍କ ଏହି କାମ କେବଳ ଶୁଣିବା ଓ କହିବାରେ ସୀମିତ ନୁହେଁ। ସେ ଏକ ସ୍ବତନ୍ତ୍ର ନୋଟ ବୁକ୍‌ରେ ତାରିଖ ଓ ସମୟ ସହ ବିଭିନ୍ନ ଗସିପ ଲେଖି ରଖନ୍ତି। ଏପରିକି ତାଙ୍କ ଘର ଭିତରେ ଏକ ‘ଗସିପ ବୋର୍ଡ’ ମଧ୍ୟ ଥିବା କୁହାଯାଏ।

ଏହି ବୋର୍ଡରେ ଫଟୋ, କାଗଜ ଓ ସୂତା ମାଧ୍ୟମରେ ବିଭିନ୍ନ ଲୋକଙ୍କ ସହ ଜଡ଼ିତ ତଥ୍ୟକୁ ଯୋଡ଼ାଯାଇଥାଏ। ତାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ କିଛି ପଡ଼ୋଶୀ ଅସନ୍ତୁଷ୍ଟ ଥିଲେ ମଧ୍ୟ ନିଜ ଅଞ୍ଚଳର ଗୁପ୍ତ ଖବର ଜାଣିବା ପାଇଁ ଲୋକେ ତାଙ୍କ ପାଖକୁ ଆସିବା ଛାଡ଼ୁନାହାନ୍ତି।

ସାଧାରଣ ଭାବେ ଯାହାକୁ ଲୋକେ ‘ଚୁଗୁଲି’ କିମ୍ବା ‘ଗସିପ’ ବୋଲି କହନ୍ତି, ମିରିୟମ ତାହାକୁ ଏକ ନିଆରା ରୋଜଗାରର ମାଧ୍ୟମ କରିଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

 

Dharitri – Odisha’s No.1 Odia Daily

 

Share