ତୃତୀୟ ଲହର ଆଶଙ୍କା: ବୃଦ୍ଧାଶ୍ରମରେ ଟିକା ନେଇଥିବା ୬୨ ବରିଷ୍ଠ ନାଗରିକ ସଂକ୍ରମିତ

ମୁମ୍ବାଇ,୨୯ ।୧୧: ଗୋଟିଏ ପଟେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱକୁ ଡରାଉଥିବା ବେଳେ ଏବେ ମହାରାଷ୍ଟ୍ରରେ ପୁଣିଥରେ କରୋନା ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ଅନୁୟାୟୀ, ମହାରାଷ୍ଟ୍ରର ଭିବଣ୍ଡିରେ ଥିବା ଏକ ବୃଦ୍ଧାଶ୍ରମରେ ଟିକା ନେଇ ସାରିଥିବା ୬୨ ଜଣ ବରିଷ୍ଠ ନାଗରିକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବୃଦ୍ଧାଶ୍ରମର ୫ କର୍ମଚାରୀ ଓ ସେମାନଙ୍କ ପରିବାରର ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏମାନେ ସମସ୍ତଙ୍କୁ ଠାଣେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠି ସେମାନଙ୍କର ଚିକିତ୍ସା ଚାଲିଛି । ଏବେ ବୃଦ୍ଧାଶ୍ରମ ଓ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେମେଣ୍ଟ ଘୋଷଣା କରାଯାଇଛି ।

Share