‘ଶ୍ରୀମନ୍ଦିର ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରା ନ ଯାଉ

ପୁରୀ ଅଫିସ, ୨୦।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଜିଲା ପ୍ରଶାସନ ମେଘନାଥ ପାଚେରୀ ଚାରିପଟୁ ଉଚ୍ଛେଦ ଆରମ୍ଭ କରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରୀମନ୍ଦିର ଚାରିପଟକୁ ବ୍ଲକିଂ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏଥିଯୋଗୁ ପୁରୀବାସୀ ଭୟଭୀତ ହୋଇପଡ଼ିଛନ୍ତି। ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ଆଳ ଦେଖାଇ ରାଜ୍ୟ ସରକାର ପୁରୀ ସହରବାସୀଙ୍କୁ ତିରସ୍କାର କରୁଛନ୍ତି। ଶ୍ରୀମନ୍ଦିର ନିକଟରେ ବହୁ ପ୍ରାଚୀନ ମଠ ଓ ମନ୍ଦିର ରହିଛି। ଶ୍ରୀମନ୍ଦିରର ଦୈନିକ ରୀତିନୀତି ସହିତ ପ୍ରାୟ ମଠ ଓ ମନ୍ଦିରଗୁଡିକ ଜଡ଼ିତ। ଏହା ମାଟିରେ ମିଶିଗଲେ ସହରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯିବ। ଏହି ପ୍ରାଚୀନ ସଂସ୍କୃତିର ଅସ୍ତିତ୍ୱ ହଜିଯିବ ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ଉପସଭାପତି ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୁରୀ ସହର ଏକ ଆଧ୍ୟାତ୍ମିକ ଓ ଧାର୍ମିକ ସ୍ଥଳ। ପ୍ରଶାସନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଉଠାଦୋକାନୀଙ୍କୁ ହଟାଇଦେଲେ। ସେମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ସେମାନଙ୍କ ଭିଟାମାଟି ଛଡ଼ାଇ ନେଲେ। ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ରାଜରାସ୍ତାକୁ ଚାଲି ଆସିଛନ୍ତି। ସେମାନଙ୍କ ପରିବାର ଚଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ନିକଟରେ ବାଇକ ଷ୍ଟାଣ୍ଡ ବ୍ୟବସ୍ଥା ହୋଇପାରିନାହିଁ। ଓଲଟି ଭକ୍ତଙ୍କଠାରୁ ବଡଦାଣ୍ଡରେ ବେଆଇନ ପାର୍କିଂ ଦର୍ଶାଇ ଜରିମାନା ଆଦାୟ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ହଇରାଣ ହେଉଛନ୍ତି। ଏପରି ସ୍ଥଳେ ମେଘନାଦ ପାଚୋରି ପାର୍ଶ୍ୱରୁ ବହୁ ନିର୍ମାଣକୁ ଭଙ୍ଗାଯାଉଛି। ସହରର କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଧିରେ ଧିରେ ପ୍ରାଚୀନ ଶ୍ରୀମନ୍ଦିର ପାରମ୍ପରିକ ଭକ୍ତିସଙ୍ଗୀତ, ଜାଗା ଆଖଡା ସଂସ୍କୃତି ଲୋପ ପାଇବାକୁ ବସିଛି। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚାରିପଟ ଉଚ୍ଛେଦ ହୋଇଥିଲା। ଅନେକ ଜମି ଅଧିଗ୍ରହଣ କରାଗଲା। ଅଧିକାଂଶ ସ୍ଥାନ କାମରେ ଲାଗି ପାରିଲା ନାହିଁ। ପୂର୍ବରୁ ମେଘନାଦ ପାଚେରି ଚାରିପଟେ ଶୌଚାଳୟ, ସରକାରୀ କାର୍ଯ୍ୟାଳୟ ନିର୍ମାଣ ବେଳେ ଏହା ବେଆଇନ ବୋଲି କ’ଣ ପ୍ରଶାସନ ଜାଣିପାରି ନ ଥିଲା କି ରଥ ପ୍ରଶ୍ନ କରିଛନ୍ତି। ଏଥିସହ କୋଟି କୋଟି ଟଙ୍କାର ଏହି ନିର୍ମାଣକୁ ଭଙ୍ଗାଯିବା କାହା ସ୍ବାର୍ଥରେ ବୋଲି ରଥ ପ୍ରେସ ବିବୃତିରେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ନିତାନ୍ତ ଆବଶ୍ୟକ। କିନ୍ତୁ ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରାଯିବା ଉଚିତ ନୁହେଁ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri