‘ଶ୍ରୀମନ୍ଦିର ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରା ନ ଯାଉ

ପୁରୀ ଅଫିସ, ୨୦।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଜିଲା ପ୍ରଶାସନ ମେଘନାଥ ପାଚେରୀ ଚାରିପଟୁ ଉଚ୍ଛେଦ ଆରମ୍ଭ କରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରୀମନ୍ଦିର ଚାରିପଟକୁ ବ୍ଲକିଂ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏଥିଯୋଗୁ ପୁରୀବାସୀ ଭୟଭୀତ ହୋଇପଡ଼ିଛନ୍ତି। ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ଆଳ ଦେଖାଇ ରାଜ୍ୟ ସରକାର ପୁରୀ ସହରବାସୀଙ୍କୁ ତିରସ୍କାର କରୁଛନ୍ତି। ଶ୍ରୀମନ୍ଦିର ନିକଟରେ ବହୁ ପ୍ରାଚୀନ ମଠ ଓ ମନ୍ଦିର ରହିଛି। ଶ୍ରୀମନ୍ଦିରର ଦୈନିକ ରୀତିନୀତି ସହିତ ପ୍ରାୟ ମଠ ଓ ମନ୍ଦିରଗୁଡିକ ଜଡ଼ିତ। ଏହା ମାଟିରେ ମିଶିଗଲେ ସହରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯିବ। ଏହି ପ୍ରାଚୀନ ସଂସ୍କୃତିର ଅସ୍ତିତ୍ୱ ହଜିଯିବ ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ଉପସଭାପତି ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୁରୀ ସହର ଏକ ଆଧ୍ୟାତ୍ମିକ ଓ ଧାର୍ମିକ ସ୍ଥଳ। ପ୍ରଶାସନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଉଠାଦୋକାନୀଙ୍କୁ ହଟାଇଦେଲେ। ସେମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ସେମାନଙ୍କ ଭିଟାମାଟି ଛଡ଼ାଇ ନେଲେ। ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ରାଜରାସ୍ତାକୁ ଚାଲି ଆସିଛନ୍ତି। ସେମାନଙ୍କ ପରିବାର ଚଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ନିକଟରେ ବାଇକ ଷ୍ଟାଣ୍ଡ ବ୍ୟବସ୍ଥା ହୋଇପାରିନାହିଁ। ଓଲଟି ଭକ୍ତଙ୍କଠାରୁ ବଡଦାଣ୍ଡରେ ବେଆଇନ ପାର୍କିଂ ଦର୍ଶାଇ ଜରିମାନା ଆଦାୟ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ହଇରାଣ ହେଉଛନ୍ତି। ଏପରି ସ୍ଥଳେ ମେଘନାଦ ପାଚୋରି ପାର୍ଶ୍ୱରୁ ବହୁ ନିର୍ମାଣକୁ ଭଙ୍ଗାଯାଉଛି। ସହରର କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଧିରେ ଧିରେ ପ୍ରାଚୀନ ଶ୍ରୀମନ୍ଦିର ପାରମ୍ପରିକ ଭକ୍ତିସଙ୍ଗୀତ, ଜାଗା ଆଖଡା ସଂସ୍କୃତି ଲୋପ ପାଇବାକୁ ବସିଛି। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚାରିପଟ ଉଚ୍ଛେଦ ହୋଇଥିଲା। ଅନେକ ଜମି ଅଧିଗ୍ରହଣ କରାଗଲା। ଅଧିକାଂଶ ସ୍ଥାନ କାମରେ ଲାଗି ପାରିଲା ନାହିଁ। ପୂର୍ବରୁ ମେଘନାଦ ପାଚେରି ଚାରିପଟେ ଶୌଚାଳୟ, ସରକାରୀ କାର୍ଯ୍ୟାଳୟ ନିର୍ମାଣ ବେଳେ ଏହା ବେଆଇନ ବୋଲି କ’ଣ ପ୍ରଶାସନ ଜାଣିପାରି ନ ଥିଲା କି ରଥ ପ୍ରଶ୍ନ କରିଛନ୍ତି। ଏଥିସହ କୋଟି କୋଟି ଟଙ୍କାର ଏହି ନିର୍ମାଣକୁ ଭଙ୍ଗାଯିବା କାହା ସ୍ବାର୍ଥରେ ବୋଲି ରଥ ପ୍ରେସ ବିବୃତିରେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ନିତାନ୍ତ ଆବଶ୍ୟକ। କିନ୍ତୁ ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରାଯିବା ଉଚିତ ନୁହେଁ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri