୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ୩୩ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇପଡ଼ିଥିବାରୁ ୬୬୦ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। ଫଳରେ ଏସବୁ ଜମିରେ ଚାଷ କିପରି କରାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଚଳିତବର୍ଷ ବଅଁରପାଳ ବ୍ଲକର ୨୪ ହଜାର ୮୧୧ ହେକ୍ଟର ଜମିରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ୧୦ ହଜାର ୮୨୫ ହେକ୍ଟରରେ ଧାନ ଓ ୧୩ ହଜାର ୯୮୬ ହେକ୍ଟରରେ ଅଣଧାନ ଫସଲ ହେବ। ମୋଟ୍‌ ୨୪ ହଜାର ୮୧୧ ହେକ୍ଟର ମଧ୍ୟରୁ ୯ ହଜାର ୬୧୫ ହେକ୍ଟର ଜମି ପାଇଁ ଜଳସେଚନର ବ୍ୟବସ୍ଥା ରହିଛି। ସେଥିରୁ ପ୍ରାୟ ୨ ହଜାର ହେକ୍ଟର ଉଠାଜଳସେଚନ ଉପରେ ନିର୍ଭର କରେ। ବ୍ଲକ ଅଞ୍ଚଳର ଗଡ଼ତଳମୂଳ, ମହୀଧରପୁର, ଫୁଲପଡା, ବଉଳିଗଡ଼, ରାମିମୁଣ୍ଡା, କଲଣ୍ଡାପାଳ, ଜୁହାରପୁରୁ, ପାଟଣା, କୁକୁଡ଼ାଙ୍ଗ, ଏକଘରିଆ ଆଦି ଅଞ୍ଚଳରେ ଥିବା ବଉଳି, ନନ୍ଦିରା, ଲିଙ୍ଗରା, ମାତେଳିଆ ଆଦି ବିଭିନ୍ନ ନଦୀ ନାଳ ପାର୍ଶ୍ୱରେ ୧୦୧ଟି ଉଠାଜଳସେଚନ ପଏଣ୍ଟ ରହିଛି। କିନ୍ତୁ ଦୀର୍ଘଦିନ ହେଲା ସେଥିରୁ ୩୩ଟି ପଏଣ୍ଟ ଅଚଳ ହୋଇ ପଡିଛି। କେତୋଟିରୁ ପମ୍ପସେଟ୍‌ ଚୋରି ହୋଇଯାଇଛି ତ ଆଉ କେଉଁଠି ବିଦ୍ୟୁତ୍‌ ସମସ୍ୟା ବାଧକ ସାଜିଛି। ଏହି କାରଣରୁ ବ୍ଲକର ୬୬୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରୁ ନାହିଁ। କେତେକ ସଚଳ ପଏଣ୍ଟରୁ ଚାଷ ଜମିକୁ ଯାଇଥିବା ପାଇପ୍‌ଗୁଡିକ ଫାଟି ଯାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ପାଣି ନଷ୍ଟ ହେବା ସହ ଚାଷ ଜମିକୁ ଆବଶ୍ୟକ ପରିମାଣରେ ପାଣି ମାଡିପାରୁ ନାହିଁ।

ବହୁ ପମ୍ପ ଚୋରି ହୋଇଛି
କେନାଲ ସୁବିଧା ନ ଥିବା ଜମିକୁ ପାଣି ପଏଣ୍ଟ ଦ୍ୱାରା ଜଳସେଚନ ବ୍ୟବସ୍ଥା ରହିଛି। କିନ୍ତୁ ଅନେକ ସମୟରେ ଏଠାରେ ଲାଗିଥିବା ପମ୍ପ ଚୋରି ହୋଇଯାଉଛି। ଚଳିତବର୍ଷ ବର୍ଷା ପରିମାଣ କମ୍‌ ରହୁଥିବାରୁ ନୂଆ ପମ୍ପ ବ୍ୟବସ୍ଥା କରା ନ ଗଲେ ଚାଷକାର୍ଯ୍ୟ ହୋଇପାରିବ ନାହିଁ।
-ଧରଣୀ ସାହୁ, ବଉଳିଗଡ଼

ପଦକ୍ଷେପ ନିଆଯାଉ ନାହିଁ
କେଉଁ ପାଣି ପଏଣ୍ଟରୁ ମୋଟର ଚୋରି ହୋଇଯାଇଛି ତ ଆଉ କେଉଁଠି ବିଦ୍ୟୁତ୍‌ ସମସ୍ୟା ରହିଛି। ଅନେକ ପଏଣ୍ଟ ଚାଲୁଥିଲେ ବି ପାଇପ୍‌ଗୁଡ଼ିକର ମରାମତିର ଆବଶ୍ୟକତା ରହିଛି। କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଅଭୟ ଗଡ଼ନାୟକ, ଚାଷୀ

ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି
ପମ୍ପସେଟ୍‌ ଚୋରି ଓ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୩୩ଟି ପଏଣ୍ଟ ଅଚଳ ରହିଛି। ଏଗୁଡ଼ିକ ମରାମତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତୁରନ୍ତ ୧୧ଟି ପଏଣ୍ଟର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଧୀରେ ଧୀରେ ସମସ୍ତ ପଏଣ୍ଟ ସଚଳ କରାଯିବ।
-ନିଉଟନ କୁମାର, କନିଷ୍ଠ ଯନ୍ତ୍ରୀ, ଉଠା ଜଳସେଚନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri