ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବୁଲେଟ୍‌ରେ ଯାଉଥିବା ଜଣେ ଅମାନିଆ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ତାଙ୍କୁ ଅଟକାଇ ଥିଲେ। ହେଲେ ବୁଲେଟରେ ଥିବା ବ୍ୟକ୍ତି ପୋଲିସକୁ ଧକ୍କା ଦେଇ ଚାଲି ଯାଇଥିଲେ। ଫଳରେ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ପୋଲିସ ଜଣକ ବିକ୍ରମ ଛଟରିୟା ବୋଲି ଜଣାପଡିଛି l