ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ

ଚିତ୍ରକୋଣ୍ଡା,୧୦ା୧(କ୍ଷୀରୋଦ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପକ୍ଷୀଗଣନା ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ କରାଯାଇଥିଲା। ବନ ବିଭାଗ ନିଜସ୍ବ ବୋଟ୍‌ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରୁ ଆଲାମପକା ଏବଂ ଆଲାମପକାରୁ ଜାନବାଇ ଧନୁର୍ଜୟଗୁଡ଼ା ଏବଂ ସେହିଠାରୁ ପଲଙ୍କରାଇ ପର୍ଯ୍ୟନ୍ତ ଜଳଭଣ୍ଡାର ଭିତରେ ସକାଳେ ପକ୍ଷୀ ଗଣନା କରିଥିଲା। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ୧୨ ଜଣ ବନ କର୍ମଚାରୀ ଯଥା ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା, ଗାର୍ଡ ସଞ୍ଜୟ କୁମାର ପରିଡ଼ା, ଡିଓ ପ୍ରମୋଦ କୁମାର ବାଜିଙ୍ଗି, ଅନ୍ୟ ବନପାଳ ସରୋଜ ଘଡେଇ, ହରି ହନ୍ତାଳ, ଗାର୍ଡ ରାଜୁ ମାଡ଼କାମି, ସିମନ୍ତ ଗିରି, ଶଶାଙ୍କ ଦାଶ, ସିଦ୍ଧାନ୍ତ ରାଉତ, ବିପ୍ର ମଣ୍ଡଳ, ରାମଚନ୍ଦ୍ର ମାଝି ଓ ଜ୍ୟୋତ୍ସ୍ନାମୟୀ ପଣ୍ଡା, ଜଣେ ଭିଏସ୍‌ଏସ୍‌, ୪ଜଣ ସ୍କାଡ ନିୟୋଜିତ ହୋଇଥିଲେ। ଆଜି ସକାଳୁ ଆରମ୍ଭ କରି ଦୀର୍ଘ ସମୟ ଧରି ଜଳ ଜଳଭଣ୍ଡାର ମଧ୍ୟରେ ପକ୍ଷୀ ଗଣିବା ଭିତରେ ମୋଟ୍‌ ୬୫୫ ପକ୍ଷୀଙ୍କୁ ଚି଼ହ୍ନଟ କରି ଗଣନା କରାଯାଇଥିଲା l । ପକ୍ଷୀମାନଙ୍କ ମଧ୍ୟରେ ଛୋଟ ପାଣି କୁଆ, ଧଳା ବଗ, ବଡ଼ ପାଣି କୁଆ,କିଙ୍ଗ ଫିସର, ରାଣୀ ବଗ,ପାଣି ଡ଼ୁବୁକି, ହାଡ଼ଗିଳା ଓ ହଂସରାଳୀ ଏହିପରି ମୋଟ୍‌ ୬୫୫ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ଉକ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନାଞ୍ଚଳ ସମସ୍ତ ବନପାଳ, ଗାର୍ଡ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri