ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ : ଡାକ୍ତର ପରିଚୟ ଦେଇ ଯୁବକ ଗିରଫ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ଜଣେ ବିବାହିତ ପୁରୁଷ ଅବିବାହିତା ଡାକ୍ତରାଣୀଙ୍କୁ ଠକେଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ତାଙ୍କୁ କମିଶନରେଟ୍‌ ପୋଲିସ ରବିବାର ଗିରଫ କରିଛି। ଅଭିଯୁକ୍ତ ବିରଞ୍ଚତ୍ ନାରାୟଣ ନାଥ (୩୮)ଙ୍କ ଘର ଅନୁଗୋଳ ଜିଲା ଛେଣ୍ଡିପଦାର ଖମାର। ସେ ଭୁବନେଶ୍ୱର ସାଲିଆ ସାହିର ତାରିଣୀ ନଗରରେ ଏକକୋଠରି ବିଶିଷ୍ଟ ଭଡ଼ାଘରେ ପରିବାର ସହ ରହନ୍ତି। ନାଥଙ୍କ ସ୍ତ୍ରୀ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ‘ସାଦି. କମ୍‌’ ମାଟ୍ରିମୋନିଆଲ ସାଇଟ୍‌ରେ ଜଣେ ଡାକ୍ତରାଣୀ ବିବାହ ପାଇଁ ବିଜ୍ଞାପନ ଦେଇଥିଲେ। ସେହି ସାଇଟ୍‌ରେ ନାଥ ନିଜକୁ ଏମ୍ସର ସ୍ନାୟୁରୋଗ ବିଶେଷଜ୍ଞ ବୋଲି ପରିଚୟ ଦେଇ ଏକ ଆକାଉଣ୍ଟ ଖୋଲିଥିଲେ। ତା’ ପରେ ସମ୍ପୃକ୍ତା ଯୁବତୀଙ୍କ ଫୋନ୍‌ ନମ୍ବର ନେଇ ତାଙ୍କ ସହ ସମ୍ପର୍କ ବଢାଇଥିଲେ। ନିଜକୁ ଥିଲାବାଲା ଘରର ପୁଅ ବୋଲି କହି ଡାକ୍ତରାଣୀଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତଙ୍କ ଏଭଳି କଥାରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଫସିଯାଇଥିଲେ। ତେବେ ଡାକ୍ତରାଣୀଙ୍କ ସମ୍ପର୍କୀୟ ତଥା ରେଲଓ୍ବେ ଟ୍ରାଫିକ୍‌ ସର୍ଭିସରେ କାର୍ଯ୍ୟରତ ଅନୁପ କୁମାର ଶତପଥୀ ନାଥଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଲେ। ଏମ୍ସ ସହ ଯୋଗାଯୋଗ କରିବା ପରେ ଅନ୍ୟମାନେ ମଧ୍ୟ ଏହିଭଳି ନାଥଙ୍କ ବିଷୟରେ ପଚାରି ବୁଝୁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଶତପଥୀ ଯୋଗାଯୋଗ କଲା ବେଳେ ନାଥ ନିଜ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ସେତିକିରେ ତାଙ୍କ କାରନାମା ଶେଷ ହୋଇ ନ ଥିଲା। ସେ ପୁନଶ୍ଚ ଅନ୍ୟ ଏକ ଆକାଉଣ୍ଟ ଖୋଲିଥିଲେ। ସେଥିରେ ସେ ନିଜକୁ ଭୁବନେଶ୍ୱରର ଜଣେ ମେଡିକାଲ ପ୍ରଫେସର ବୋଲି ଦର୍ଶାଇଥିଲେ। ଏ ସମ୍ପର୍କରେ ଶତପଥୀ ଜାଣିବା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ।
କିଛିଦିନ ଗଲା ପରେ ନାଥ ପୁଣି ଥରେ ପ୍ରୋଫାଇଲ ବଦଳାଇ ନିଜକୁ ୨୦୧୫ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଫିସର ଓ ସେ ଚଣ୍ଡିଗଡ଼ରେ ରହୁଥିବା ଦର୍ଶାଇଥିଲେ। ପୁନର୍ବାର ସମ୍ପୃକ୍ତା ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ବାରମ୍ବାର ମିଛର ଆଶ୍ରୟ ନେଇଥିଲେ। ନାଥଙ୍କ ଠକାମି ବିଷୟରେ ଜାଣିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ତାଙ୍କୁ ଧରିବାକୁ ଯୋଗାଯୋଗ କରାଯାଇଥିଲା। ଯୋଜନାବଦ୍ଧ ଭାବେ ନାଥ ଏବଂ ଡାକ୍ତରାଣୀଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ହୋଟେଲରେ ଦେଖାସାକ୍ଷାତ୍‌ କରିବା ଲାଗି ଶନିବାର ରାତିରେ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା। ଏ ନେଇ ଏକ ମାମଲା (ନଂ. ୩୭୩/୧୯) ଆଇପିସି ଦଫା ୪୧୯, ୪୨୦ ଓ ୫୧୧ରେ ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି।ପ


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri