ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ ରୋଗ ହୋଇଥିବାବେଳେ ବୟସ୍କ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଭାରତରେ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୬୫% ପୁରୁଷ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଅଧିକାଂଶ ପୁରୁଷ ପ୍ରାଥମିକ ଅବସ୍ଥାରେ ଏହାକୁ ଲୁଚାଉଥିବାରୁ ପରବର୍ତ୍ତୀ ସମୟରେ ଏହା ମାରାତ୍ମକ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ବୟସ୍କ ପୁରୁଷ ସଂଖ୍ୟାରେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ରାଷ୍ଟ୍ର। ଏଥିସହ ଏଠାରେ ମଧ୍ୟ ବୟସ୍କ ପୁରୁଷଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି। ଏହି ଶ୍ରେଣୀର ପୁରୁଷମାନେ ସାଧାରଣତଃ ଟାଇପ୍‌-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, କାଟାରାକ୍ଟ ଏବଂ ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ ତଥା ବିପିଏଚ୍‌ ଦ୍ୱାରା ସୃଷ୍ଟି ହେଉଥିବା ଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି। ବିପିଏଚ୍‌ର ଆକ୍ରାନ୍ତ ପୁରୁଷମାନେ ବାରମ୍ବାର ପରିସ୍ରା ଲାଗିବା, ରାତିରେ ଶୋଇବା ସମୟରେ ପରିସ୍ରା ପାଇଁ ବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେ ଦୁର୍ବଳ ପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳି ସମସ୍ୟା ଭୋଗିଥାନ୍ତି ବୋଲି ଭିଏସ୍‌ଏସ୍‌ ମେଡିକାଲ କଲେଜ ସମ୍ବଲପୁର୍‌ର ୟୁରୋଲୋଜିଷ୍ଟ ଡା. ସଞ୍ଜୟ ମହାପାତ୍ର କହିଛନ୍ତି।
ପ୍ରୋଷ୍ଟେଟ୍‌ ସଚେତନତା ମାସ ଅବସରରେ ଆୟୋଜିତ ଏକ ୱେବିନାର୍‌ରେ ସୂଚନା ଦେଇ ଡା. ମହାପାତ୍ର କହିଛନ୍ତି, ବିପିଏଚ୍‌ ଆକ୍ରାନ୍ତ ଅଧିକାଂଶ ରୋଗୀ ନିଜକୁ ସ୍ବାଭାବିକ ଦର୍ଶାଇଥାନ୍ତି। ସେମାନେ ଚୁପ୍‌ଚାପ୍‌ ଏହି ଲକ୍ଷଣଗୁଡିକୁ ସହ୍ୟ କରିଥାନ୍ତି ଓ ସ୍ବାସ୍ଥ୍ୟାବସ୍ଥା ଜଟିଳ ନ ହେବା ପର୍ଯ୍ୟନ୍ତ ତାହାର ମୁକାବିଲା ପାଇଁ ବିଭିନ୍ନ ବିକଳ୍ପ ଆପଣାଇଥାନ୍ତି। ମାତ୍ର ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ଘାତକ ସାବ୍ୟସ୍ତ ହୋଇଥାଏ। ରିକରେଣ୍ଟ୍‌ ଆକ୍ୟୁଟ୍‌ ୟୁରିନାରି ରିଟେନ୍‌ଶନ(ପରିସ୍ରା କରିବାରେ ହଠାତ୍‌ ଯନ୍ତ୍ରଣାଦାୟକ ଅସାମର୍ଥତା), ରିକରେଣ୍ଟ୍‌ ୟୁରିନାରି ଇନ୍‌ଫେକ୍ସନ, ଷ୍ଟୋନ୍‌ ହେବା, ଏପରିକି ଉଭୟ କିଡ୍‌ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍‌ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକାଂଶ ମାମଲାରେ ସର୍ଜରୀ ପରେ ମଧ୍ୟ ସମସ୍ୟା କମି ନ ଥାଏ। ଫଳରେ ରୋଗୀଙ୍କୁ ସାରା ଜୀବନ କ୍ୟାଥେଟେରିଜେଶନ କିମ୍ବା ଡାଇଲିସିସ୍‌ରେ ରଖିବାକୁ ପଡିପାରେ। ଶାରୀରିକ ଲକ୍ଷଣ କିମ୍ବା ରେଡିଓଗ୍ରାଫିକ୍‌ ପରୀକ୍ଷଣ ଓ କିଛି ଲ୍ୟାବ୍‌ ଟେଷ୍ଟରୁ ବିପିଏଚ୍‌ ଚିହ୍ନଟ କରାଯାଇଥାଏ। ତେବେ ସୁସ୍ଥ ଜୀବନଶୈଳୀ ଓ ଅଭ୍ୟାସକୁ ଆପଣାଇବା ଓ କମ୍‌ ଔଷଧ ସେବନ କରି ବିପିଏଚ୍‌କୁ ଭଲ କରାଯାଇପାରିବ। ଲକ୍ଷଣଗୁଡିକ ଅନିୟନ୍ତ୍ରିତ ହେଲେ କିମ୍ବା ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଲେ ପ୍ରୋଷ୍ଟାଟିକ୍‌ ଟିସୁକୁ ସର୍ଜରୀ ମାଧ୍ୟମରେ ବାହାର କରିବା ଜରୁରୀ ହୋଇଥାଏ ବୋଲି ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri