ଓଏମ୍‌ବିଏଡିସି ପାଣ୍ଠିରୁ ଖର୍ଚ୍ଚ ହେବ ୬୫.୩୨ କୋଟି

ଯାଜପୁର,୨୨ା୩(ହର୍ଷବର୍ଦ୍ଧନ ବେହେରା):କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡ୍‌ରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ଗୃହ ନିର୍ମାଣ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୦୨୪-୨୫ ଆର୍ଥିକ ଶିକ୍ଷାବର୍ଷରେ ୧ଶହ ସିଟ୍‌ ବିଶିଷ୍ଟ ଏହି ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେଣୁ ବିଭିନ୍ନ ମହଲରୁ ଦାବି ଅନୁଯାୟୀ ଏହି କଲେଜର ନାମକରଣ ସମ୍ରାଟ ଯଯାତି କେଶରୀଙ୍କ ନାମରେ ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ରଖାଯାଇଛି। ମେଡିକାଲ କଲେଜ ଏବଂ ଉକ୍ତ ନାମକରଣକୁ ସାଧାରଣରେ ସ୍ବାଗତ କରାଯାଇଛି। ତେବେ ଇତିମଧ୍ୟରେ କଲେଜ ଗୃହର ଅନ୍ୟାନ୍ୟ ନିର୍ମାଣ ପାଇଁ ପୁଣି ୧୦୪ କୋଟି ୧୬ ଲକ୍ଷ ୬୮ ହଜାର ୫୩୨ ଟଙ୍କା ମଞ୍ଜୁର ହୋଇଛି। ଏଥିମଧ୍ୟରୁ ୬୫ କୋଟି ୩୨ ଲକ୍ଷ ୯୦ ହଜାର ୬୦୩ ଟଙ୍କା ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସିି) ଅଥାତ୍‌ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ପ୍ରଦାନ କରାଯାଇଛି। ଉକ୍ତ ପାଣ୍ଠିରୁ କେଉଁ କେଉଁ ବିଭାଗରେ କେତେ ଖର୍ଚ୍ଚ କରାଯିବ ଏବଂ ଅବଧି ସମୟ ମଧ୍ୟରେ ପାଣ୍ଠି ଖର୍ଚ୍ଚ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ହେଲେ ଓଏମ୍‌ବିଏଡିସିି ପାଣ୍ଠି ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯିବ ବୋଲି ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାର ଏଠାରେ ବ୍ୟତିକ୍ରମ ଘଟିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏଥିପାଇଁ ବିପୁଳ ପାଣ୍ଠି ମହଜୁଦ ରହିଥିଲେ ହେଁ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପାଣ୍ଠି ଅନ୍ୟ କ୍ଷେତ୍ରରେ କାହିଁକି ବିନିଯୋଗ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଓଏମ୍‌ବିଏଡିସି ଅର୍ଥକୁ ମୁଖ୍ୟତଃ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ୍‌ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ପାନୀୟ ଜଳ ଯୋଗାଣ, ଶିକ୍ଷା(ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ(ଅଙ୍ଗନଓ୍ବାଡି କେନ୍ଦ୍ର), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ରହିଛି। ଏଥିନିମନ୍ତେ ବିଭିନ୍ନ ବିଭାଗଗୁଡ଼ିକ ଓଏମ୍‌ବିଏଡିସିକୁ ଡିପିଆର(ଡିଟେଲ ପ୍ରୋଜେକ୍ସ ରିପୋର୍ଟ) ପ୍ରଦାନ କରିଥାନ୍ତି। ଏହି ଡିପିଆର ଆଧାରରେ ଓଏମ୍‌ବିଏଡିସି ଦ୍ୱାରା ପ୍ରକଳ୍ପଗୁଡ଼ିକ ଅନୁମୋଦନ ହୋଇଥାଏ। ଏହି କ୍ରମରେ ଯାଜପୁର ଜିଲାର ଖଣି ପ୍ରଭାବିତ ସୁକିନ୍ଦା ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପରେ ୮୯.୩୫ କୋଟି ଟଙ୍କା ସର୍ବାଧିକ ଭାବେ ଖର୍ଚ୍ଚ ହୋଇଛି। ଗାଇଡ୍‌ ଲାଇନ ଅନୁସାରେ ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ନୈରାଶ୍ୟଜନକ ରହିଛି। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ ଓଏମ୍‌ବିଏଡିସିରେ ପାଣ୍ଠି ଥାଇ ମଧ୍ୟ ଗତ ୪ବର୍ଷ ହେଲା ପ୍ରଶାସନିକ ଉଦାସୀନତା କାରଣରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି ା ଅନ୍ୟପକ୍ଷେ ଜିଲାର ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ୨୦୨୦ ଡିସେମ୍ବରରେ ମେଡିକାଲ କଲେଜ ନିର୍ମାଣ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଥିଲା। ଏଥିପାଇଁ ଆବଶ୍ୟକ ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ୪୨୬ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆଙ୍କୁଳା ଛକ ନିକଟରେ ନିର୍ଦ୍ଧାରିତ ୪୦ଏକର ଜମିର ବ୍ୟବସ୍ଥା ହୋଇଥିଲା। ଏହାକୁ ଜିଲାର ସମସ୍ତ ବର୍ଗର ଲୋକେ ସ୍ବାଗତ କରିଥିଲେ। ଜିଲାରେ ଏକ ମେଡିକାଲ କଲେଜ ସ୍ବପ୍ନ ପୂରଣ ହେଲା ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। କିନ୍ତୁ ଖଣି ଖନନ ଦ୍ୱାରା ପ୍ରଦୂଷଣ ଓ ପରିବେଶଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଅନୁନ୍ନତ ସୁକିନ୍ଦା ବ୍ଲକ ଅଞ୍ଚଳରେ କାହିଁକି ଓଏମ୍‌ବିଏଡିସି ପାଣ୍ଠି ସର୍ବାଧିକ ଖର୍ଚ୍ଚ ହୋଇ ପାରୁନାହିଁ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ମଞ୍ଜୁର ପାଣ୍ଠିରେ ଗୃହ ନିର୍ମାଣ ସର୍ବାଧିକ ୫୬.୭୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାକି ମୋଡୁଲାର ଓଟି, ସାଇଟ୍‌ ଡେଭଲପ୍‌ମେଣ୍ଟ, ଚିଲର ପ୍ଲାଣ୍ଟ ରୁମ୍‌, ମେଡିକାଲ ଗ୍ୟାସ୍‌ ପ୍ଲାଣ୍ଟ ରୁମ, ପାର୍କିଂ, ଡ୍ରେନ, ସାଇଟ୍‌ ଫିଲିଂ, ସୋଲାର ହଟ୍‌ ଓ୍ବାଟର ସିଷ୍ଟମ, ମେଡିକାଲ ଗ୍ୟାସ ପାଇପ୍‌ ସିଷ୍ଟମ, ଇଲେକ୍ଟ୍ରିକାଲ ଓ୍ବାର୍କ ଇତ୍ୟାଦି କ୍ଷେତ୍ରରେ ଖର୍ଚ୍ଚ କରାଯିବାକୁ ନିର୍ଦ୍ଦେଶ ହୋଇଛି।
ମେଡିକାଲ କଲେଜ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର ଯାଜପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗବାନ ସାହୁଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ ଓଏମ୍‌ବିଏଡିସି ପାଣ୍ଠି ମଞ୍ଜୁର ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri