Categories: ରାଜ୍ୟ

ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୩ : ଓଡ଼ିଶାରେ ଶୁକ୍ରବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୯୦୨ରେ ପହଞ୍ଚିଛି। ମୟୁରଭଞ୍ଜରୁ ୧୦, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭, ବାଲେଶ୍ୱର, ଝାରୁସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୬, ଅନୁଗୁଳ, ଗଞ୍ଜାମ, ନୂଆପଡ଼ା ଓ ପୁରୀରୁ ୩, ଗଜପତି, ମାଲାକାନଗିରି ଓ ନବରଙ୍ଗପୁରରୁ ୨, ବରଗଡ଼, କଟକ, କଳାହାଣ୍ଡି ଏବଂ ଷ୍ଟେଟ୍‌ ପୁଲରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।