୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ

ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର ଏକ ବୈଠକ ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଆଦିବାସୀ ବ୍ୟାପର ଓ ଜଳଶକ୍ତି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମେତ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେନ୍ଦ୍ର ପାଢୀ, ଡିଆର୍‌ସିଏସ୍‌, ଜିଲା ମୁଖ୍ୟ କୃଷି ଅଧିକାରୀ, ଜିଲାର ସମସ୍ତ ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଚଳିତ ୨୦୨୨-୨୩ବର୍ଷରେ ଜିଲାର ୬୪ହଜାର ୩୨୬ ପଞ୍ଜୀକୃତ ଚାଷୀଙ୍କଠାରୁ ଖରିଫ ଧାନ ସଂଗ୍ରହ କ୍ରୟ ନିମନ୍ତେ ସବିଶେଷ ଆଲୋଚନା ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମ ପର୍ଯ୍ୟାୟରେ ଖରିଫ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟକୁ ଯେପରି ଶତପ୍ରତିଶତ ପୂରଣ କରାଯିବ ସେ ବିଷୟରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଜିଲା ଯୋଗାଣ ବିଭାଗ, ଆର୍‌ଏମ୍‌ସି ଏବଂ ଡିଆର୍‌ସିଏସ୍‌ ବିଭାଗ ତତ୍ତ୍ୱାବଧାନରେ ୧୬ମିଲରଙ୍କ ମାଧ୍ୟମରେ ଜିଲାର ୫୨ଟି କୃଷି ସମବାୟ ସମିତି ଅଧୀନରେ ଖୋଲାଯାଇଥିବା ୧୦୨ଟି ଧାନ କ୍ରୟ କେନ୍ଦ୍ର (ମଣ୍ଡି)ରେ ଧାନ କ୍ରୟ କରାଯିବ। ଚାଷୀମାନଙ୍କ ସୁବିଧା ପାଇଁ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ଧାନ ସଂଗ୍ରହ କରାଯିବ।
ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଏଫ୍‌ଏକ୍ୟୁ ଗ୍ରେଡ୍‌ ସାଧାରଣ ମାନ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୨ହଜାର ୪୦ଟଙ୍କା ଏବଂ ଗ୍ରେଡ୍‌-ଏ ମାନ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୨ହଜାର ୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ବିକ୍ରୟ ନିମେନ୍ତ ଚାଷୀମାନଙ୍କ ପାଖକୁ ଯେଉଁ ଦିନ ପାଇଁ ଟୋକନ ମେସେଜ ଯାଇଥିବ କେବଳ ସେହି ଚାଷୀମାନେ ଧାନ ବିକ୍ରୟ କରିପାରିବେ। ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପରିମାଣର ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ବିଭାଗକୁ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଇ ନ ଥିବା ବିଭାଗ ସୂତ୍ରରୁ ଜଣାପଡିଛି ା ପ୍ରକାଶ ଥାଉକି, ଗତବର୍ଷ ଚାଷୀମାନେ ଟୋକନ ପାଇବା ପରେ ମଧ୍ୟ ଖରିଫ ଧାନ ବିକ୍ରି କରି ନ ପାରି ବହୁ ହଇରାଣ ହରକତ ହୋଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ଧାନ ଭଲ ହୋଇଥିବାରୁ ଅମଳ ବୃଦ୍ଧି ପାଇବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri