ଦେଶରେ ୬୩ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଭାରତରେ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୬୩ରେ ପହଞ୍ଚତ୍ଛି। ସେଥିରୁ କେବଳ ଗୋଆରେ ୩୪ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହରାଷ୍ଟ୍ରରେ ୯ ଜେଏନ୍‌.୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୮, କେରଳରେ ୬, ତାମିଲନାଡୁରେ ୪ ଏବଂ ତେଲଙ୍ଗାନାରେ ୨ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବୈଜ୍ଞାନିକମାନେ ନୂଆ ଭାରିଆଣ୍ଟ ଉପରେ ଅନୁଧ୍ୟାନ ଚଳାଇଛନ୍ତି। ରାଜ୍ୟଗୁଡ଼ିକ କୋଭିଡ୍‌ ପରୀକ୍ଷା ବଢ଼ାଇବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ ଜୋର୍‌ଦାର କରିବାକୁ ନୀତି ଆୟୋଗ ସଦସ୍ୟ(ସ୍ବାସ୍ଥ୍ୟ) ଭି.କେ. ପଲ୍‌ ଗତ ସପ୍ତାହରେ କହିଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨୮ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ମାମଲା ସଂଖ୍ୟା ୪,୦୫୪କୁ ବୃଦ୍ଧି ପାଇଛି।

Share