ହାତବାନ୍ଧି ବସିଛନ୍ତି ଅଟୋ ଚାଳକ: ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର

ଗଞ୍ଜାମ,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ଜଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ, ଶଟ୍‌ଡାଉନ ସହ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ଅଟୋ ଚାଳକ।
ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର। ତେଣୁ ଘରେ ହାତବାନ୍ଧି ବସିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି, ଅଟୋ ଚାଳକ ନିରଞ୍ଜନ ତରାଇ। ବର୍ଷକୁ ଥରେ ବୀମା ପାଇଁ ୧୦ ହଜାର, ଫିଟ୍‌ନେସ ପାଇଁ ୨ ହଜାର ୫ ଶହ ଓ ରୋଡ ଟ୍ୟାକ୍ସ ୫ ହଜାର ଦେବାକୁ ପଡୁଛି ।
ମାତ୍ର ଆମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି l ଭଡା ନନେଲେ ଉପରୋକ୍ତ ଟଙ୍କା କେମିତି ଦେବୁ ଓ ପରିବାର କିପରି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅଟୋ ଚାଳକ ନିରଞ୍ଜନଙ୍କ ଭଳି ସହରର ଅନ୍ୟ ଅଟୋ ଚାଳକ ମଧ୍ୟ ଦୁର୍ଦ୍ଦିନରେ ଦିନ କାଟୁଥିବା କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗଞ୍ଜାମ ଅଟୋ ମାଲିକ ସଂଘ ପକ୍ଷରୁ ଦାବି ହୋଇଛି ।