ସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୬୨୫ ଶିକ୍ଷକ ପଦବୀ

ବ୍ରହ୍ମପୁର,୧୦ା୯(ସ୍ମୃତିରଞ୍ଜନ ମହାଲିକ)ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତୀକରଣ କରାଯାଉଛି। ଯାହାଦ୍ୱାରା ହାଇସ୍କୁଲଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ, ଉନ୍ନତ ଖେଳପଡିଆ, ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ ରହିଛି। ଯାହାଦ୍ୱାରା ଗରିବ ଛାତ୍ରୀଛାତ୍ରମାନେ ମଧ୍ୟ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଭଳି ସ୍ମାର୍ଟ ବିଦ୍ୟାଳୟରେ ପାଠ ପଢିବାରେ ସୁବିଧା ପାଇପାରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟର କେବଳ ଭିତ୍ତିଭୂମି ସଜଡା ଯାଉଥିବା ବେଳେ ବିଦ୍ୟାଳୟ ଗୁଡିକରେ ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠ ପଢାରେ ବାଧା ଉପୁଜୁଥିତ୍ବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଅନ୍ୟପଟେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷକ ନ ଥିବା କାରଣରୁ ଅନ୍ୟ ବିଷୟ ପଢାଉଥିବା ଶିକ୍ଷକ ଉକ୍ତ ବିଷୟରେ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଫଳରେ ଛାତ୍ରୀଛାତ୍ରମାନେ ପାଠ ବୁଝିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏଣୁ ପ୍ରତ୍ୟେକ ବିଷୟ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ସଂଘ ଓ ଅଭିଭାବକ ମହଲରେ ଦାବି ହୋଇଛି।
ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିତ୍ବା ତଥ୍ୟ ମୁତାବକ, ଗଞ୍ଜାମ ଜିଲାରେ ୩୮୩ ସରକାରୀ ହାଇସ୍କୁଲରେ ବର୍ତ୍ତମାନ ୬୨୫ଟି ଶିକ୍ଷକ ପଦବୀ ଖାଲି ପଡିଛି। ଏଥିମଧ୍ୟରୁ ପ୍ରଧାନ ଶିକ୍ଷକ (କ୍ଲାସ-୨) ୩୨ ଜଣଙ୍କ ମଧ୍ୟରୁ ୨୯, ସିନିୟର ଏସଇଏସ ପ୍ରଧାନ ଶିକ୍ଷକ ୩୫୨ ଜଣଙ୍କ ମଧ୍ୟରୁ ୨୫୧ ଜଣ ପ୍ରଧାନ ଶିକ୍ଷକ ରହିଛନ୍ତି। ସେହିଭଳି ଟିଜିଟି ଆର୍ଟସ ବିଭାଗରେ ୧୦୦୯ ମଧ୍ୟରୁ ୯୨୮, ଟିଜିଟି ପିସିଏମ ୪୭୦ରୁ ୩୮୦, ଟିଜିିଟି ସିବିଜେଡ ୪୪୫ ମଧ୍ୟରୁ ୩୫୮, ହିନ୍ଦୀ ବିଷୟରେ ୩୩୮ରୁ ୨୩୧, କ୍ଲାସିକାଲରେ ୩୬୯ରୁ ୩୦୬, ପିଇଟି ଶିକ୍ଷକ ୩୩୬ରୁ ୨୪୩ ଶିକ୍ଷକ ପଦବୀ ଖାଲି ପଡିଛି। କେବଳ ତେଲୁଗୁ ବିଷୟରେ ୨୮ଜଣ ଶିକ୍ଷକ ରହିଥିବା ବେଳେ ୨୨ଜଣ ବ୍ଲକ ଶିକ୍ଷାଧିକାରୀ ରହିଥିବା ସୂଚନା ମିଳିଛି। ଏହି ୨ଟି ବିଭାଗରେ କାୈଣସି ପଦବୀ ଖାଲି ନ ଥିବା ଜଣାପଡିଛି। ତେବେ ଜିଲାର ସରକାରୀ ହାଇସ୍କୁଲରେ ଏତେ ସଂଖ୍ୟକ ଶିକ୍ଷକ ଅଭାବ ନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି। ଯଦି ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ ଶିକ୍ଷକ ଅଭାବ ରହିଛି ତେବେ ହାଇସ୍କୁଲରେ ପାଠ ପଢା କିଭଳି ହେଉଥିବ ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଆଗାମୀ ଦିନରେ ଏଭଳି ଭାବେ ଶିକ୍ଷକ ଅଭାବୀ ସମସ୍ୟା ଲାଗି ରୁହେ, ତେବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ବହୁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ସେହିପରି ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ଦିଗରେ ତପତ୍ରତା ପ୍ରକାଶ କରୁଥିବା ବେଳେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନେଇ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ୪୨୭ ନୂତନ ଶିକ୍ଷକ ନିଯୁକ୍ତି ସୃଷ୍ଟି କରାଯାଇଛି। ଏଥିସହ ଅବସରପ୍ରାପ୍ତ ୨୪୦ ଜଣ ଅତିଥି ଶିକ୍ଷକଙ୍କୁ ଜିଲାରେ ଖାଲି ଥିବା ପଦବୀରେ ନିଯୁକ୍ତି ଦିଆଯିବ। ଏହି ଅତିଥି ଶିକ୍ଷକମାନେ ମାସକୁ ୧୨ ହଜାର ଟଙ୍କା ଦରମାରେ ଦିନକୁ ୩ଟି ପିରିୟଡ ପାଠ ପଢାଇବେ ବୋଲି ସେ କହିଛନ୍ତି। ଜିଲାରେ ବହୁ ଯୁବ ପିଢି ଶିକ୍ଷକତା ପାଇଁ ଓଟିଇଟି ଭଳି ପ୍ରବେଶିକା ପରୀକ୍ଷା ପାସ କରିଛନ୍ତି। ଏଣୁ ସେମାନଙ୍କୁ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପ୍ରଦାନ ପାଇଁ ଗଞ୍ଜାମ ଜିଲା ଶିକ୍ଷକ ମହାସଂଘର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଦାବି କରିଛନ୍ତି। ଏହାଦ୍ୱାର ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ ବୋଲି ଉପଦେଷ୍ଟା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri