ନିଯୁକ୍ତି ପାଇବେ ୬୨୧ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

କଟକ, ୨୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ରାଜ୍ୟରେ ୬୨୧ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ନିଯୁକ୍ତି ପରୀକ୍ଷା କରାଯିବ। ଆସନ୍ତା ଜାନୁୟାରୀ ୧୨ରୁ ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବ। ଏହି ପଦବୀଗୁଡିକ ମଧ୍ୟରୁ ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୫୮୦ (୧୯୪-ମହିଳା) ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦବୀ ଖାଲି ରହିଛି। ସାଧାରଣବର୍ଗରେ ୩୨୬ ପଦବୀ ସଂରକ୍ଷିତ ଥିବାବେଳେ ଏସ୍‌ଇବିସିରେ ୭୭, ଏସ୍‌ସି ବର୍ଗରେ ୧୩୭ ଓ ଏସ୍‌ଟି ବର୍ଗରେ ୪୦ ପଦବୀ ରହିଛି। ଅନ୍ୟପକ୍ଷରେ ଜଳ ସମ୍ପଦ ବିଭାଗରେ ୪୧ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପଦବୀ ପୂରଣ ନିମନ୍ତେ ଓପିଏସ୍‌ସି ପରୀକ୍ଷା କରିବ। ଏହି ପଦବୀ ମଧ୍ୟରୁ ସାଧାରଣ ବର୍ଗରେ ୨୨, ଏସ୍‌ଇବିସି ୪, ଏସ୍‌ସିରେ ୫ ଏବଂ ଏସ୍‌ଟି ବର୍ଗରେ ୧୦ଟି ସିଟ୍‌ ରହିଛି। ମୋଟ ପଦବୀରୁ ୧୩ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି।