CORONAVIRUS UPDATE: ରାଜ୍ୟରେ ୬୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୨୪୪ ପଜିଟିଭ୍‌

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ସୋମବାର ୨୯ ଜିଲାରୁ ୨୨୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୩୯୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୫୪ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ପଜିଟିଭ୍‌ ଖୋର୍ଦ୍ଧାରୁ ୩୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ। ଏଠାରୁ ୨୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୯୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳରୁ ୧୫, ବାଲେଶ୍ୱର ୧୪୨, ବରଗଡ଼ ୩୫, ଭଦ୍ରକ ୧୦୪, ବଲାଙ୍ଗୀର ୩୭, ବୌଦ୍ଧ ୪୯, ଢେଙ୍କାନାଳ ୧୮, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୯୮, ଝାରସୁଗୁଡ଼ା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୧୩, କୋରାପୁଟ ୯୪, ମାଲକାନଗିରି ୯୮, ମୟୂରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ଼ ୧୩, ନୂଆପଡ଼ା ୯, ପୁରୀ ୬୮, ରାୟଗଡ଼ା ୧୬୦, ସମ୍ବଲପୁର ୩୫, ସୋନପୁର ୧୧ ଏବଂ ସୁନ୍ଦରଗଡ଼ରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ବେଳେ ୪୨,୨୭୬ ଜଣ ସୁସ୍ଥ ହୋଇଛନ୍ତି। ୧୯, ୬୧୨ ଜଣ ଚିକିତ୍ସିତ ହେଉଛନ୍ତି।