ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪ ଛୁଇଁଲା, ୨୪ ଘଣ୍ଟାରେ ୩ ମୃତ…

ନୂଆଦିଲ୍ଲୀ,୨୦।୧୨ : ପୁଣିଥରେ ଭାରତରେ କରୋନା ଭାଇରସ ସଂକ୍ରମଣ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ତିନି ଜଣଙ୍କ ମୃତ୍ୟୁ ସହିତ ସାରା ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୨୧କୁ ବୃଦ୍ଧି ପାଇଛି ।

ଭାରତରେ ୬୧୪ ନୂତନ କରୋନା ଭାଇରସ ମାମଲା ରେକର୍ଡ କରାଯାଇଛି। ଯାହା ମେ ୨୧ ଠାରୁ ସର୍ବାଧିକ ରହିଛି। ଏହା ସହିତ ସକ୍ରିୟ ମାମଲା ୨,୩୧୧ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରେ କୁହାଯାଇଛି ଦେଶରେ କରୋନା ମାମଲା ବର୍ତ୍ତମାନ ସାଢ଼େ ୪ କୋଟିକୁ ବୃଦ୍ଧି ପାଇଛି।

କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୪,୪୪,୭୦,୩୪୬ କୁ ବୃଦ୍ଧି ପାଇଛି। ଜାତୀୟ ସୁସ୍ଥତା ହାର ୯୮.୮୧ ପ୍ରତିଶତରେ ପହଞ୍ଚିଛି। ମୃତ୍ୟୁ ହାର ବର୍ତ୍ତମାନ ୧.୧୯ ପ୍ରତିଶତ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୨୦.୬୭ ଡୋଜ କୋଭିଡ ଟିକା ଦିଆଯାଇଛି।

କରୋନା ଭାଇରସ ସଂକ୍ରମଣ ଯୋଗୁ ପୁଣି ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ କେରଳରେ ୨୯୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ କେରଳରେ ସକ୍ରିୟ ମାମଲା ସଂଖ୍ୟା ୨୦୪୧ କୁ ବୃଦ୍ଧି ପାଇଛି। ୩ ଜଣଙ୍କ ମୃତ୍ୟୁ ସହିତ,ଗତ ତିନି ବର୍ଷ ମଧ୍ୟରେ କେରଳରେ କରୋନା ଭାଇରସ କାରଣରୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୭୨,୦୭୬ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ମାମଲା ୬୮,୩୭, ୨୦୩କୁ ବୃଦ୍ଧି ପାଇଛି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି କେରଳରେ ବଢୁଥିବା କରୋନା ମାମଲାରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହି ସଂକ୍ରମଣ ସହ ମୁକାବିଲା ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ରାଜ୍ୟର ଆକ୍ରାନ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇବା ଏବଂ ଡାକ୍ତରଖାନାରେ ଆଇସୋଲେଶନ ୱାର୍ଡ, ଅମ୍ଳଜାନ ଶଯ୍ୟା, ଆଇସିୟୁ ବେଡ ଏବଂ ଭେଣ୍ଟିଲେଟର ଉପଲବ୍ଧତା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିି।

କରୋନା ରୋଗର ବୃଦ୍ଧି ଏବଂ ଶ୍ୱାସ ସମସ୍ୟାରେ ପୀଡିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ରାଜ୍ୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ସୁବିଧା ଏବଂ ପ୍ରସ୍ତୁତି ତଥା ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri