Categories: ଫୁରସତ

୬୧ ବର୍ଷ ହେଲା ଅନିଦ୍ରା

ହାନୋଇ: ଦିନ ସାରା ପରିଶ୍ରମ ପରେ ଲୋକେ ଶରୀରକୁ ବିଶ୍ରାମ ଦେବା ପାଇଁ ରାତି ସମୟରେ ଶୋଇଥାନ୍ତି। ଅନେକ ଲୋକ ରାତିରେ କାମ କଲେ ମଧ୍ୟ ତାଙ୍କୁ ଦିନ ସମୟରେ ବିଶ୍ରାମର ଆବଶ୍ୟକତା ପଡ଼ିଥାଏ। ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୬୧ ବର୍ଷ ହେଲା ଶୋଇ ନ ଥିବା ୟୁଟ୍ୟୁବ୍‌ର ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ଭିଏଟ୍‌ନାମ୍‌ରେ ରହୁଥିବା ୮୦ ବର୍ଷୀୟ ଥାଇ ଏନ୍‌ଜୋଇକ୍‌ଙ୍କୁ ଏକ ରାତିରେ ଜ୍ୱର ଆସିଥିଲା। ତା’ପରଠାରୁ ତାଙ୍କୁ ନିଦ ଆସୁ ନ ଥିବା ସେ କହିଛନ୍ତି। ଏହା ଇନ୍‌ସୋମ୍‌ନିଆ ନାମକ ଏକ ରୋଗ, ଯେଉଁଥିରେ କି ବ୍ୟକ୍ତିଙ୍କ ନିଦ ଆସିବା ବନ୍ଦ ହୋଇଯାଏ। ଏହାଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ। ହେଲେ ଏଥିପାଇଁ ଏନ୍‌ଜୋଇକ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପ୍ରଭାବ ପଡ଼ି ନ ଥିବା ସେ କହିଛନ୍ତି। ସେ ଏହି ବୟସରେ କ୍ଷେତରେ କାମ କରିବା ସହ ସାଧାରଣ ଜୀବନ ବଞ୍ଚୁଥିବା କହିଛନ୍ତି।

Share