୬୧ ହଜାର ମାମଲା, ୪୯ ହଜାରରୁ ଊର୍ଦ୍ଧ୍ୱ ଗିରଫ

ଭୁବନେଶ୍ୱର,୧୭।୪ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ୬୧ ହଜାରରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରାଯାଇ ୪୯ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲା ଓ ଗିରଫଦାରି ସଂଖ୍ୟା ପୂର୍ବବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ବାର୍ଷିକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଏହି ବର୍ଷରେ ଅବକାରୀ ଚଢ଼ାଉ ଦ୍ୱାରା ୬୧ ହଜାର ୩୭୭ ରୁଜୁ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୫୧ ପ୍ରତିଶତ ଅଧିକ। ସେହିଭଳି ବେଆଇନ ନିଶା କାରବାର ଅଭିଯୋଗରେ ୪୯ ହଜାର ୨୧୧ଜଣ ଗିରଫ ହୋଇଛନ୍ତି, ଯାହା ପୂର୍ବବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ। ପୂର୍ବ ବର୍ଷରେ ୪୦ ହଜାର ୫୯୮ ମାମଲା ରୁଜୁ ହୋଇଥିବାବେଳେ ୩୩ ହଜାର ୫୫୧ଜଣ ଗିରଫ ହୋଇଥିଲେ। ଅନ୍ୟପକ୍ଷରେ ୨୦୨୨-୨୩ ବର୍ଷରେ ୧୯୪୯ ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୧୬୧ ପ୍ରତିଶତ ଅଧିକ ଅର୍ଥାତ୍‌ ୨୦୨୧-୨୨ରେ ଏନ୍‌ଡିପିଏସ୍‌ ମାମଲା ସଂଖ୍ୟା ଥିଲା ୭୮୯। ସେହିଭଳି ଏହି ବର୍ଷରେ ଏନ୍‌ଡିପିଏସ୍‌ ମାମଲାରେ ୨୨୩୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪୧ ହଜାର ୩୩୦ କେଜି ଗଞ୍ଜେଇ ଓ ୩୨ କେଜି ୫୧୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାର ପରିମାଣ ପୂର୍ବବର୍ଷ ତୁଳନାରେ ୧୫୯ ପ୍ରତିଶତ ଅଧିକ ରହିଛି। ଚଢ଼ାଉ ଜରିଆରେ ବେଆଇନ ନିଶା କାରବାରକୁ ନିୟନ୍ତ୍ରଣ ସହିତ ରାଜସ୍ବ ଆଦାୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିଛି। ୨୦୨୨-୨୩ ବର୍ଷରେ ଭାଟ୍‌ ସହିତ ମୋଟ ୮୯୬୭.୪୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି, ଯାହା ୨୦୨୧-୨୨ ତୁଳନାରେ ୧୭.୬୫ ପ୍ରତିଶତ ଅଧିକ। ୨୦୨୧-୨୨ ବର୍ଷରେ ଭାଟ୍‌ ସହିତ ମୋଟ୍‌ ୭୬୨୨.୪୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଏହି ଅବସରରେ ଅବକାରୀ କମିଶନର ସିଂ ଆଗାମୀ ବର୍ଷରେ ଏହି ଚଢ଼ାଉକୁ ଅଧିକ ବ୍ୟାପକ କରି ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉପନିର୍ବାଚନ ହେବାକୁ ଥିବା ଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ନିୟମିତ ଚଢ଼ାଉ ସହିତ ପ୍ରତିଦିନ ଏହାର ମନିଟରିଂ ପାଇଁ ସମ୍ବଲପୁର ଇଡିସିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଶରତ ଚନ୍ଦ୍ର ମହାପାତ୍ର, ଏନ୍‌ଫୋର୍ସମେଣ୍ଟ ଇଡିସି ରାମଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ସମେତ ସମସ୍ତ ଅବକାରୀ ଅଧୀକ୍ଷକ ଭର୍ଚୁଆଲରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri