Categories: ରାଜ୍ୟ

ସୁସ୍ଥ ହେଲେ ୬୧ ଆକ୍ରାନ୍ତ

ଭୁବନେଶ୍ୱର,୨୧।୩ : ରାଜ୍ୟରେ ରବିବାର ୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୨୪ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୦, କଟକ, ମୟୁରଭଞ୍ଜ ଓ ଖୋର୍ଦ୍ଧାରୁ ୭, ଅନୁଗୁଳରୁ ୫, ବରଗଡ଼ ଓ ଯାଜପୁରରୁ ୪, ଗଞ୍ଜାମରୁ ୩, ନୟାଗଡ଼ା, ନୂଆପଡ଼ା ଓ ସମ୍ବଲପୁରରୁ ୨, ବାଲେଶ୍ୱର, ଝାରୁସୁଗଡ଼ା ଓ ରାୟାଗଡ଼ାରୁ ଜଣେ ଲେଖାଏ ଏବଂ ଷ୍ଟେଟ୍‌ ପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି।