୬ ପ୍ରଜାତିର ୬୦୯ ବିଦେଶୀ ପକ୍ଷୀ

ନୟାଗଡ଼/ଗଣିଆ,୧୮।୧(ଲୋକନାଥ ମିଶ୍ର/ସନ୍ତୋଷ କୁମାର ପ୍ରଧାନ)ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଛି ମହାନଦୀର ସାତକୋଶିଆ ଗଣ୍ଡ। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଗଣ୍ଡର ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ, କୁସଙ୍ଗ ବନାଞ୍ଚଳର ସୁନାଖଣିଆ ଅଞ୍ଚଳ ସମେତ ପ୍ରାୟ ୨୦ ୟୁନିଟରେ ଥିବା ଜଳାଶ୍ରୟରେ ବିଦେଶୀ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଛି। ଚଳିତ ପକ୍ଷୀ ଗଣନାରେ ସାତକୋଶିଆ ଗଣ୍ଡକୁ ସବୁଠାରୁ ଅଧିକ ଇଣ୍ଡିଆନ ସ୍କିମର ଆସୁଥିବାବେଳେ ସବୁଠାରୁ କମ ସଂଖ୍ୟକ ବିଦେଶଗତ ପକ୍ଷୀ ଲାପିଙ୍ଗ ଆସିଛନ୍ତି। ପକ୍ଷୀ ଗଣନା ରିପୋର୍ଟ କହୁଛି, ମହାନଦୀ ଓ ଆଖପାଖ ଜଳାଶ୍ରୟରେ ୮୮ ପ୍ରଜାତିର ୪୯୧୬ ପକ୍ଷୀଙ୍କ ସମାଗମ ହୋଇଛି। ଏଥିରୁ ୬ ପ୍ରଜାତିର ୬୦୯ ବିଦେଶାଗତ ପକ୍ଷୀ ଅଛନ୍ତି। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର ୧୬୦ ଆସିଛନ୍ତି। ଅନ୍ୟପକ୍ଷେ ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ କମନ ସ୍ଲାଇଟ୍‌ ୧୭, ୱାକଟେଲ ୧୦୦, ଲାପିଙ୍ଗ ୧୦, ଗ୍ରୀନସାଣ୍ଟ ୬୦, ବ୍ରାହ୍ମଣୀସେଲ ୬୨ ଅଛନ୍ତି। ସେହିପରି ଚାତକ, ମାଛରଙ୍କା, ହଂସରାଳି, ଟେଂଟେଇ, ଭାଲିଆଖାଇ,ଚକୁଆଚକୋଇ ଓ ବ୍ରାହ୍ମଣୀଟକ ପରି ଆଞ୍ଚଳିକ ବା ଦେଶୀୟ ପକ୍ଷୀ ୮୨ ପ୍ରଜାତିର ୪୩୦୭ ଅଛନ୍ତି ବୋଲି ନୟାଗଡ ମହାନଦୀ ବନ୍ୟପ୍ରାଣୀ ଡିଏଫଓ ଫାଲଗୁନି ସାରଥି ମଲ୍ଲିକ ସୂଚନା ଦେଇଛନ୍ତି।
ସ୍ଥାନ ବଦଳାଉଛନ୍ତି ଇଣ୍ଡିଆନ ସ୍କିମର: ଶୀତଋତୁ ଆସିଲେ ସାଇବେରିଆ, ହିମାଳୟ ଓ ଲଦାଖ ଅଞ୍ଚରୁ ବିଦେଶୀ ପକ୍ଷୀମାନେ ମହାନଦୀର ସାତକୋଶିଆ ଗଣ୍ଡ ଓ ଆଖପାଖ ଜଳାଶ୍ରୟରେ ଦେଖିବାକୁ ମିଳେ। ଏହି ପକ୍ଷୀ ସାତକୋଶିଆ ଗଣ୍ଡ ସମେତ ବିଭିନ୍ନ ଜଳାଶ୍ରୟରେ ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦେଖାଯାଇଥାନ୍ତି। ଶୀତଋତୁ ପରେ ବିଦେଶାଗତ ପକ୍ଷୀ ନିଜ ଅଞ୍ଚଳକୁ ଫେରି ଯାନ୍ତିି। ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିଆନ ସ୍କିମର ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସାତକୋଶିଆ ଗଣ୍ଡରେ ବୋଟିଂ କରୁଥିବା ବେଳେ ଦଳ ଦଳ ଇଣ୍ଡିଆନ ସ୍କିମର ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକ ଭରପୁର ମଜ୍ଜା ଉଠାଉଥିଲେ। ଗତ ୨ବର୍ଷ ଧରି ଇଣ୍ଡିଆନ ସ୍କିମର ବଡମୂଳ ଅଞ୍ଚଳରୁ ଆଗଭଳି ଆଉ ଦେଖିବାକୁ ମିଳୁ ନାହାନ୍ତି। ଗୋଟିଏ ସ୍ଥାନରେ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ପ୍ରାୟ ଦେଖିବାକୁ ମିଳୁ ନାହାନ୍ତି। ଏହି ବିଦେଶାଗତ ପକ୍ଷୀ ଭିନ୍ନ ଭିନ୍ନ ସ୍ଥାନ ବଦଳାଉଥିବା ଦେଖିବାକୁ ମିଳିଛି। କେତେକ ଇଣ୍ଡିଆନ ସ୍କିମର ପକ୍ଷୀ କଟକ ଜିଲାର ମୁଣ୍ଡୁଳିଠାରେ ବର୍ଷସାରା ସହାବସ୍ଥାନ କରୁଥିବା ବନ୍ୟପ୍ରାଣୀ ବିଭାଗରୁ ସୂଚନା ମିଳଛି। ଖାଦ୍ୟାଭାବ, ପ୍ରତିକୂଳ ପରିବେଶ ଓ ଲୋକଙ୍କ ଅବାଧ ପ୍ରବେଶ ଯୋଗୁ ପକ୍ଷୀମାନେ ବଡମୂଳ ଅଞ୍ଚଳକୁ ପ୍ରାୟ ୨ବର୍ଷ ଧରି ଆସୁ ନ ଥିବା ପରିବେଶବିତ୍‌ ସୂଚନା ଦେଇଛନ୍ତି। ଇଣ୍ଡିଆନ ସ୍କିମର ପକ୍ଷୀ ପ୍ରତିବର୍ଷ ସାତକୋଶିଆ ଗଣ୍ଡକୁ ଆସୁଛନ୍ତି କି ନାହିଁ ଜାଣିବା ପାଇଁ ଗତ ୨୦୧୬-୧୭ ମସିହାରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ୍‌ କରାଯାଇଥିଲା। ଇଣ୍ଡିଆନ ସ୍କିମର ପକ୍ଷୀମାନଙ୍କ ଗୋଡରେ ନମ୍ବର ଲେଖାଯାଇଥିବା ଚିପ୍‌ର ରିଙ୍ଗ୍‌ ଲଗାଯାଇଥିଲା। ଚିହ୍ନିତ ହୋଇଥିବା ଏହି ପକ୍ଷୀ ୨ବର୍ଷ ଧରି ଏଠାକୁ ପୁନର୍ବାର ଆସିଥିଲେ। ପରେ ଆଉ ଏଠାକୁ ନ ଆସି କଟକ ଜିଲାର ମୁଣ୍ଡୁଳି ଅଞ୍ଚଳରେ ରହୁଥିବା ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri