କାର୍ଯ୍ୟକାରୀ ହେବ ୬୦୨କୋଟିର ବନ ପ୍ରକଳ୍ପ

ଭୁବନେଶ୍ୱର, ୨୩।୮(ବ୍ୟୁରୋ): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୦୨କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସଂଯୋଜନା କମିଟି ଦ୍ୱାରା ଏସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ୍ଷେତ୍ରରେ ୭୦କୋଟି ବିନିଯୋଗ କରାଯାଇଥିଲା। ଚାରା ରୋପଣ, ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାର୍ଶ୍ୱରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସଂଯୋଜନା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ। ତେବେ ଚଳିତବର୍ଷ ପ୍ରଥମଥର ପାଇଁ ଏହି ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ଏଥିସହ ୪୦ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ଓ ୫ ହଜାର କିମି ବୃକ୍ଷରୋପଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ସମସ୍ତ ହିତାଧିକାରୀଙ୍କୁ ୩ କୋଟି ୫୦ ଲକ୍ଷର ଚାରା ବଣ୍ଟନ କରାଯିବ। ଅଗଷ୍ଟ ୧୫ ସୁଦ୍ଧା ୧୭ହଜାର ୩୪୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ, ୨ହଜାର ୬୮୭ କିମି ବୃକ୍ଷରୋପଣ ଏବଂ ୫୮ଲକ୍ଷ ଚାରା ବଣ୍ଟନ କାର୍ଯ୍ୟ ସରିଛି। ମୋଟ ୬୫କୋଟି ଟଙ୍କା ବିନିଯୋଗ ହୋଇସାରିଥିବାବେଳେ ୩୫ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ଗତ ଆର୍ଥିକ ବର୍ଷରେ ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମୋଟ ୮୬ କୋଟି ଟଙ୍କା ବିନିଯୋଗ କରିଥିଲା। ଜଙ୍ଗଲ ପରିସୀମା ବୃଦ୍ଧି, ଜୈବ ବିବିଧତା ଓ ଜୈବ ମଣ୍ଡଳର ସୁରକ୍ଷା ପାଇଁ ପଦକ୍ଷେପ ବ୍ୟତୀତ ଚଳିତବର୍ଷ କୋଭିଡ୍‌ ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ କାମ ଧନ୍ଦା ଓ ଜୀବୀକା ଯୋଗାଇ ଦେବା ଦିଗରେ ବିଭାଗର ଅବଦାନ ମହତ୍ତ୍ୱପୂର୍ଣ୍ଣ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri