ମାରଣାସ୍ତ୍ର ଦେଖାଇ ୬୦ ହଜାର ଲୁଟ

ବାଲେଶ୍ୱର ଅଫିସ,୩୦।୫- ବାଲେଶ୍ୱର ସଦର ବ୍ଲକ ଅଧୀନ ସଲଟରୋଡ୍‌ ରାସ୍ତାର ଇସାଣି ନିକଟରେ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କେରଳ ରାଜ୍ୟର ସିମିତି ଦେବଶୀ ନାମକ ଜଣେ ବ୍ୟକ୍ତି ଚିଙ୍ଗୁଡ଼ି ବ୍ୟବସାୟୀମାନଙ୍କୁ ଦୀର୍ଘ ଦିନ ହେଲା ବିଭିନ୍ନ ଔଷଧ ଯୋଗାଇ ଅସୁଥିଲେ। ବ୍ୟବସାୟୀଙ୍କଠାରୁ ଔଷଧ ବାବଦରେ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ୩/୪ ଜଣ ଦୁର୍ବୁତ୍ତ ତାଙ୍କୁ ରାସ୍ତାରେ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ସେଠାରୁ ତାଙ୍କୁ ଉଠାଇ ନେଇଥିଲେ। କିଛି ଦୂରରେ ତାଙ୍କୁ ମାଡ଼ ମାରି ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରଛି।