ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ରାଶି ଭରଣା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ରାଶିକୁ ସରକାର ଋଣ କରି ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ରାଶିର ପ୍ରଥମ କିସ୍ତି ଭାବେ ଏହି ରାଶି ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ, ବିହାର, ଆସାମ, ଦିଲ୍ଲୀ, ଜମ୍ମୁ-କଶ୍ମୀର ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲାଭ କରିଥିବା ଜଣାପଡ଼ିଛି। କ୍ଷତିପୂରଣ ରାଶି କେନ୍ଦ୍ର ଋଣ କରି ରାଜ୍ୟକୁ ପ୍ରଦାନ କରୁ ବୋଲି କିଛି ରାଜ୍ୟ ଦାବି କରିଥିଲେ। ଏହାପରେ କେନ୍ଦ୍ର ଏଭଳି ପଦକ୍ଷେପ ଗ୍ରହଣ କରିଛି। ୧.୧ ଲକ୍ଷ କୋଟି ଟଙ୍କା ଋଣ କରାଯାଇ ରାଜ୍ୟଗୁଡିକୁ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। କେନ୍ଦ୍ର ସରକାର ଏଥିଲାଗି ସ୍ବତନ୍ତ୍ର ଓ୍ବିଣ୍ଡୋ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେହିଭଳି ୨୧ ରାଜ୍ୟ, ୨ କେନ୍ଦ୍ର ଶାସିତ ଅଞ୍ଚଳ ସ୍ବତନ୍ତ୍ର ଓ୍ବିଣ୍ଡୋ ସହ ନିଜସ୍ବ ଋଣ ଉଠାଣ ବ୍ୟବସ୍ଥା ସପକ୍ଷରେ ଯାଇଛନ୍ତି। ୫ ରାଜ୍ୟରେ ଜିଏସ୍‌ଟି କ୍ଷତିପୂରଣ ସମସ୍ୟା ନାହିଁ ବୋଲି ଜଣାପଡ଼ିଛି।
ଅନ୍ୟ ରାଜ୍ୟ ମଧ୍ୟରେ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ତ୍ରିପୁରା,ତାମିଲନାଡୁ, ମେଘାଳୟ, ମଧ୍ୟପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ହରିୟାଣା, ଗୋଆ, ଆନ୍ଧ୍ରପ୍ରଦେଶ ପ୍ରମୁଖ ରହିଛନ୍ତି। ୩ରୁ ୫ ବର୍ଷ ଅବଧି ଲାଗି ୫.୧୯% ହାରରେ କେନ୍ଦ୍ର ଋଣ କରିବା ସହ ପ୍ରତି ସପ୍ତାହରେ ୬ ହଜାର କୋଟି ଟଙ୍କା ରାଜ୍ୟଗୁଡିକୁ ଦେବାକୁ କେନ୍ଦ୍ରର ଯୋଜନା ରହିଛି। ଏହା ବିତ୍ତୀୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି। ପ୍ରଦାନ କରାଯାଇଥିବା ଅର୍ଥ ରାଶିକୁ ରାଜ୍ୟଗୁଡିକର ପୁଞ୍ଜି ଲାଭ ହିସାବରେ ଦର୍ଶାଯିବ। ଅଗଷ୍ଟ ମାସରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୨ଟି ବିକଳ୍ପ ପ୍ରଦାନ କରିଥିଲେ। ରିଜର୍ଭ ବ୍ୟାଙ୍କର ସ୍ପେଶାଲ ଓ୍ବିଣ୍ଡୋରୁ ୯୭ ହଜାର କୋଟି କିମ୍ବା ୨.୩୫ ଲକ୍ଷ କୋଟି ଟଙ୍କାର ବଜାର ଋଣ ଏହା ମଧ୍ୟରେ ସାମିଲ ରହିଥିଲା। ଏହି ବିକଳ୍ପଗୁଡିକୁ ୧.୧୦ ଲକ୍ଷ କୋଟି ଏବଂ ୧.୮ ଲକ୍ଷ କୋଟି ଟଙ୍କାକୁ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri