Categories: ଜାତୀୟ

ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍‌: ୬୦ କୋଟିର କ୍ଷତି ହେବା ଆଶଙ୍କା

ସୋନିପତ୍‌,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍‌ ଅଟକି ରହିଛି। ଟ୍ରକ୍‌ ଗୁଡ଼ିକ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ପଞ୍ଜାବ ଟପିବା ପରେ ଟ୍ରକ୍‌ ଗୁଡ଼ିକ ହରିୟାଣା ସୀମାରେ ଗତ ୫ ଦିନ ଧରି ପଡ଼ି ରହିଛି। ଏଥିରେ ଥିବା ୬୦ କୋଟି ଟଙ୍କାର ସେଓ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଟ୍ରକ୍‌ ଚାଳକଙ୍କ ଅନୁସାରେ ପ୍ରତି ଟ୍ରକ୍‌ରେ ୧୦ ଲକ୍ଷ ଟଙ୍କାର ୧୬ ଟନ୍‌ ସେଓ ବୋଝେଇ ହୋଇଛି। ଟ୍ରକ୍‌ଗୁଡ଼ିକ ୮ ଦିନ ତଳେ ଯାତ୍ରା ଆରମ୍ଭ କରିଥିଲା। ପଞ୍ଜାବ ଅତିକ୍ରମ କରିବାକୁ ୩ ଦିନ ଲାଗିଥିଲା। ଏବେ ଟ୍ରକ୍‌ଗୁଡ଼ିକ ବାଟରେ ଅଟକି ରହିଛି। ଆଜାଦ୍‌ପୁର ମଣ୍ଡିରେ ପହଞ୍ଚିବା ପାଇଁ ପୁଣି କେତେ ଦିନ ଲାଗିବ ସେ ନେଇ କିଛି କହିହେବ ନାହିଁ ବୋଲି ଟ୍ରକ୍‌ ଚାଳକ କହିଛନ୍ତି।

 

Share