Categories: ଜାତୀୟ

ଜମ୍ମୁ-କଶ୍ମୀରର ୬୦ ଯୁବକ ନିଖୋଜ, ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିବା ସନ୍ଦେହ !…

ନୂଆଦିଲ୍ଲୀ,୩୧।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ କ୍ଷମତା ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଅନୁଭୁତ ହେବାରେ ଲାଗଛି ବୋଲି ଖବର ପ୍ରକାଶ ପାଇଛି। ଇତିମଧ୍ୟରେ ୬ ଆତଙ୍କବାଦୀ ସଂଗଠନର ସଦସ୍ୟ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ୨୫ରୁ ୩୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ସକ୍ରିୟ ରହିଥିବା  କୁହାଯାଇଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର ୬୦ ଜଣ ଯୁବକ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିବା ସନ୍ଦେହ କରାଯାଉଛି ବୋଲି ଖବର ପ୍ରକାଶ ପାଇଛି।

ନିଖୋଜ ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରାଯିବାରୁ  ସେମାନେ କୌଣସି କାମରେ ଯାଉଥିବା କହି ଘରୁ ବାହାରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଖୋଜ୍‌ ଖବର ମିଳିନାହିଁ ବୋଲି ଖବର ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଇତିମଧ୍ୟରେ ୩୦୦ରୁ ଅଧିକ ଆତଙ୍କବାଦୀ ଏଲଓସି ନିକଟବର୍ତ୍ତୀ ଲଞ୍ଚ୍‌ ପ୍ୟାଡ୍‌ରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ନିଖୋଜ ଯୁବକମାନେ ତାଲିବାନ ଅବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ସହିତ ଯୋଗାଯୋଗରେ ରହିଥିବା ନେଇ ସେ ଆଶଙ୍କା ଖବରରେ ଉଲ୍ଲେଖ କରାଯାଇଛି।

Share