ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ

କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। କୋଦଳା ସହରର ବହୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବ ରହିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ଜନପ୍ରତିନିଧିମାନେ ଆଗ୍ରହ ଦେଖାଉ ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୧୯୬୩ ମସିହାରେ ସ୍ଥାପିତ କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ୨୦୧୮ରେ କୋଦଳା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିଲା। କିନ୍ତୁ ଏହାର ଭିତ୍ତିଭୂମିର ଉନ୍ନତି କରି ଆବଶ୍ୟକ ଶ୍ରେଣୀଗୃହ କରାଯାଇନଥିବାରୁ ଛାତ୍ରୀଛାତ୍ର ମାନେ ବସି ପାଠ ପଢିବା ସମ୍ଭବ ହେଉନାହିଁ। ଅଧିକ ଛାତ୍ରୀଛାତ୍ର ଥିବାରୁ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଦୁଇଟି କକ୍ଷରେ ପଢ଼ାଯାଉଛି। କିନ୍ତୁ ଶ୍ରେଣୀଗୃହ ଅଭାବ ଯୋଗୁ ପାଠ ପଢାରେ ଅସୁବିଧା ହେଉଅଛି। ସେହିପରି ଖେଳପଡିଆ ନଥିବାରୁ ଛାତ୍ରୀଛାତ୍ରଙ୍କ ଶାରୀରିକ ଦକ୍ଷତା ବଢ଼ିପାରୁନି। ୫-ଟି ଜରିଆରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟାଳୟରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ନୂତନ କୋଠା କିଛି ହୋଇପାରିନାହିଁ। ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୮୭୦ ଛାତ୍ରୀଛାତ୍ର ପଢୁଥିବା ବେଳେ ସେମାନଙ୍କୁ ପଢ଼ାଉଛନ୍ତି ମାତ୍ର ୧୭ଜଣ ଶିକ୍ଷକ, ଯାହାକି ସରକାରୀ ନିୟମ ଅନୁସାରେ ଏଠାରେ ୩୦ ଶିକ୍ଷକ ଆବଶ୍ୟକତା ରହିଛି। ଦୀର୍ଘ ୧୦ବର୍ଷ ହେଲା ହିନ୍ଦୀ ଶିକ୍ଷକ ନଥିବା ବେଳେ ୧୭ବର୍ଷ ହେଲା ଅର୍ଥାତ ଗତ ୨୦୦୬ରୁ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଜଣେ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହୁଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେପଟେ ଶିକ୍ଷକ ଅଭାବ ବେଳେ କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଶିକ୍ଷୟତ୍ରୀ ସରସ୍ବତୀ ସୁବୁଦ୍ଧିଙ୍କୁ ନେଉଳି ବିଦ୍ୟାଳୟକୁ ଡେପୁଟେସନ ହେବା ସହ ଗତ ତିନିବର୍ଷ ହେଲା ଶିକ୍ଷକ କ୍ରିତି ଚରଣ ଭୋଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। କିନ୍ତୁ ଏମାନଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ ଦିଆଯାଇନାହିଁ। ସେହିପରି ବିଦ୍ୟାଳୟ କିରାଣୀଙ୍କୁ ବେଗୁନିଆପଡା ବିଇଓ କାର୍ଯ୍ୟାଳୟକୁ ଡେପୁଟେସନ ହୋଇଥିବାରୁ କିରାଣୀ କାର୍ଯ୍ୟରେ ଜଣେ ଶିକ୍ଷକ ନିଯୁକ୍ତ ରହୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ସରକାରୀ ନିୟମ ମୁତାବକ ବିଦ୍ୟାଳୟ ପାଚେରିକୁ ଲାଗି କୌଣସି ଦୋକାନ ବଜାର ରହିପାରିବ ନାହିଁ ବୋଲି ନିୟମ ଥିଲାବେଳେ ଏଠାରେ କିନ୍ତୁ ବହୁ ଦୋକାନ ରହିଛି। ବିଭିନ୍ନ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟରେ ପ୍ରବେଶ ହେଉଥବା ସହ ଛାତ୍ରୀଛାତ୍ରମାନେ ସୁରକ୍ଷିତ ମଣୁ ନାହାନ୍ତି। ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଛାତ୍ରୀଛାତ୍ର, ଅଭିଭାବକ ଏବଂ ପରିଚାଳକ କମିଟି ଚେତାବନୀ ଦେଇଛନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri