୬୦ବର୍ଷ ଚାଷ କରୁଥିବା ଜମିକୁ ପାର୍କ ନିର୍ମାଣ ପାଇଁ ଚିହ୍ନଟ, ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ-ଜନପ୍ରତିନିଧି

କେନ୍ଦୁଝର,୯ା୫ (ସ୍ୱ. ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ଲଟ ନମ୍ବର  ୩୯୨ ରେ ପାର୍କ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି। ଏହାକୁ ବିରୋଧ କରି    ସ୍ଥାନୀୟ ଚାଷୀ  ସମେତ ସରପଞ୍ଚ ସମେତ ସମିତିସଭ୍ୟ  ଜିଲାପାଳଙ୍କୁ ମିଳିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି।ଅଭିଯୋଗ ଅନୁସାରେ’ଗୋନାସିକା ଗ୍ରାମର ମଦନ ପାତ୍ର,ତ୍ରିନାଥ ପାତ୍ର,ଲୋକନାଥ ପାତ୍ର,ରଣଜିତ ପାତ୍ର ଅନୁସୂଚିତ ଜାତି ସଂପ୍ରଦାୟର ଚାଷୀମାନେ  ୬୦ବର୍ଷ ହେଲାଣି ଅଧିଗ୍ରହଣ କରିଥିବା ଜଙ୍ଗଲ ଜମିରେ ଧାନଚାଷ କରି ଜୀଵିକା ନିର୍ବାହ କରିଆସୁଛନ୍ତି।ତେବେ ଗତକାଲି ହଠାତ୍ ଏହି ଜମିକୁ ଅଧିଗ୍ରହଣ କରିଥିବା ଚାଷୀଙ୍କୁ ନ ଜଣାଇ ଉକ୍ତ  ଜମିରେ ପାର୍କ ନଚେତ କଲ୍ୟାଣ ମଣ୍ତପ କରାଯିବାକୁ ଜମି ଚିହ୍ନଟ କରିଥିଲେ। ଫଳରେ ଏହି ପ୍ରକ୍ରିୟାକୁ ଚାଷୀମାନଙ୍କ  ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି। ଏଥିସହ ଏହି ଜମିରେ ପାର୍କ କିମ୍ବା କଲ୍ୟାଣ ମଣ୍ତପ ନିର୍ମାଣ କରାଗଲେ ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖିନ ହେବୁ ବୋଲି ଜଙ୍ଗଲ ଜମି ଅଧିଗ୍ରହଣ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ଗୋନାସିକା ସରପଞ୍ଚ ଜେମାମଣୀ ଜୁଆଙ୍ଗ ସମିତିସଭ୍ୟ କୃଷ୍ଣ ଜୁଆଙ୍ଗ ମଧ୍ୟ ବିରୋଧ କରିଛନ୍ତି। ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଘଟଣା ସଂମ୍ପର୍କରେ ତଦନ୍ତ କରିବାକୁ କହିଛନ୍ତି।ତୁରନ୍ତ ଏହି ଦିଗରେ ଜିଲାପ୍ରଶାସନ ପଦକ୍ଷେପ ଗ୍ରହଣ କରି ନିଷ୍ପତି ପରିବର୍ତ୍ତନ କରିଵାକୁ ଚାଷୀଗଣ ଦାବି ଜଣାଇଛନ୍ତି।