୩ ଦେଶରେ ଟିକାକରଣର ୬୦%

ଜାତିସଂଘ,୬।୬(ପି.ଟି.): ସାରା ବିଶ୍ୱରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକାର ୨୦୦ କୋଟି ଡୋଜ୍‌ ଆବଣ୍ଟନ ହୋଇଛି। ଏହାର ୬୦ ପ୍ରତିଶତ ଭାରତ, ଆମେରିକା ଓ ଚାଇନାରେ ଦିଆଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଟିକାର ୨୦୦ କୋଟି ଡୋଜ୍‌ ୨୧୨ରୁ ଊର୍ଦ୍ଧ୍ୱ ଦେଶକୁ ଆବଣ୍ଟନ ହୋଇଛି। ସେଥିରୁ ୭୫ ପ୍ରତିଶତ ମାତ୍ର ୧୦ଟି ଦେଶକୁ ଯାଇଛି। ୧୨୭ ଦେଶକୁ କୋଭିଡ୍‌ ଟିକା ଯୋଗାଇବାରେ କୋଭାକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଭାକ୍ସିନ ଅଭାବରେ କେତେକ ଦେଶରେ ଏପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଭାରତ, ଆମେରିକା ଓ ଚାଇନାରେ ୬୦ ପ୍ରତିଶତ ଟିକା ଉପଯୋଗ ହୋଇଛି, ଯାହା ସେଠାର ସ୍ଥାନୀୟ ଉତ୍ପାଦନ। ଗରିବ ଦେଶଗୁଡ଼ିକୁ ମାତ୍ର ୦.୫ ପ୍ରତିଶତ ଟିକା ଯାଇଛି, ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ ରହୁଛନ୍ତି। ନିମ୍ନ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଟିକାକରଣ ଆଗେଇ ଚାଲିଛି। ଉଚ୍ଚ ଆୟକାରୀ ଦେଶରେ ସଂକ୍ରମଣର ଅଧିକ ବିପଦ ଥିବା ଜନସଂଖ୍ୟା ଏବଂ ଯୁବବର୍ଗଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ବି ନିମ୍ନ ଆୟକାରୀ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ଯୋଗାଇବା ପାଇଁ ଉତ୍ପାଦନ ଯଥେଷ୍ଟ ହେଉନାହିଁ। କୋଭାକ୍ସ ଜରିଆରେ ୮୦ ନିୟୁତ ଡୋଜ୍‌ ବଣ୍ଟନ କରାଯାଇଛି। ଭାରତ ଓ ଅନ୍ୟ କେତେକ ଦେଶରେ ସମସ୍ୟା ଯୋଗୁ ଟିକା ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ଉପଦେଷ୍ଟା କହିଛନ୍ତି।

ପୁଣି ଟିକା ନିଅନ୍ତୁ ଭାରତୀୟ ଛାତ୍ର

ଯେଉଁ ଭାରତୀୟ ଛାତ୍ରୀଛାତ୍ର କୋଭାକ୍ସିନ କିମ୍ବା ସ୍ପୁଟ୍‌ନିକ-ଭି ଟିକା ନେଇଛନ୍ତି, ସେମାନଙ୍କୁ ପୁଣିଥରେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦିତ କୋଭିଡ୍‌ ଟିକା ନେବାକୁ ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକ ପରାମର୍ଶ ଦେଇଛନ୍ତି। ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଏବଂ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ କରିନାହିଁ। ଉଭୟ ଭାକ୍ସିନ କେତେ ସୁରକ୍ଷିତ ଓ ଫଳପ୍ରଦ ତାହାର ତଥ୍ୟ ନ ଥିବାରୁ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଟିକାକୁ ଭରସା କରୁନାହାନ୍ତି। ତେଣୁ ଅଟମ୍‌ ସେମିଷ୍ଟର ପୂର୍ବରୁ ଭାରତୀୟ ଛାତ୍ରୀଛାତ୍ର ପୁଣିଥରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ତେବେ ଦୁଇପ୍ରକାର ଟିକାର ନିରାପତ୍ତାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କଲମ୍ବିଆ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ ପବ୍ଲିକ୍‌ ଆଫେୟାର୍ସରେ ଯୋଗଦେବାକୁ ଚାହୁଁଥିବା ମିଲୋନି ଦୋସୀ (୨୫) ଭାରତରେ କୋଭାକ୍ସିନର ୨ଟି ଡୋଜ୍‌ ନେଇଛନ୍ତି। କ୍ୟାମ୍ପସ୍‌ରେ ପ୍ରବେଶ ପୂର୍ବରୁ ତାଙ୍କୁ ଭିନ୍ନ ଟିକା ନେବା ପାଇଁ ବିଶ୍ୱବିଦ୍ୟାଳୟ କହିଛି। ଦୁଇ ପ୍ରକାର ଟିକା ନେବାକୁ ନେଇ ମିଲୋନି ଚିନ୍ତାରେ ପଡ଼ିଯାଇଛନ୍ତି। କୋଭିଡ୍‌ ଟିକା ବଦଳ ହେଉ ନ ଥିବାରୁ ଭିନ୍ନ ଟିକା ନେବା କେତେ ସୁରକ୍ଷିତ ଓ ଫଳପ୍ରଦ ତାହା ଉପରେ ଅନୁଧ୍ୟାନ ହୋଇ ନ ଥିବା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ମୁଖପାତ୍ର କ୍ରିଷ୍ଟେନ୍‌ ନର୍ଡଲୁଣ୍ଡ କହିଛନ୍ତି। ଯେଉଁମାନେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦନ ହୋଇ ନ ଥିବା ଟିକା ନେଇଛନ୍ତି, ସେମାନେ ଆମେରିକାରେ ପୁଣି ଥରେ ଟିକା ନେବା ପୂର୍ବରୁ ୨୮ ଦିନ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସବୁଠୁ ଶସ୍ତା ହେବ କର୍ବେଭାକ୍ସ

ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା କୋଭିଡ୍‌ ଟିକା କର୍ବେଭାକ୍ସ ମଞ୍ଜୁରୀ ପାଇବା ପରେ ଭାରତୀୟ ବଜାରରେ ଏହା ସବୁଠୁ ଶସ୍ତା ଟିକା ହେବ। ଏହି ଟିକାର ଦୁଇଟି ଡୋଜ୍‌ ଦାମ୍‌ ୫୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏପରିକି ଉଭୟ ଡୋଜ୍‌ ୪୦୦ ଟଙ୍କାରୁ କମ୍‌ ମୂଲ୍ୟରେ ମଧ୍ୟ ମିଳିପାରେ ବୋଲି କୁହାଯାଉଛି। ବାୟୋଲୋଜିକାଲ-ଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମା ଡାଟ୍‌ଲା ଏହି ସୂଚନା ଦେଇଛନ୍ତି।
ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଟିକା ଡୋଜ୍‌ ପ୍ରତି ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୩୦୦ ଟଙ୍କା ହୋଇଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରଖାଯାଇଛି। ସେହିପରି ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ ହୋଇଛି। ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକା ଦାମ୍‌ ଡୋଜ୍‌ ପ୍ରତି ୯୯୫ ଟଙ୍କା ରଖାଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ବାୟୋଲୋଜିକାଲ-ଇ ପ୍ରସ୍ତୁତ ଟିକା ସବୁଠୁ ଶସ୍ତା ହେବାକୁ ଯାଉଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ୩୦ କୋଟି ଭାକ୍ସିନ କିଣିବା ପାଇଁ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି।

ଗୁଜରାଟରେ କରୋନାର ନୂଆ ଷ୍ଟ୍ରେନ୍‌ ଏନ୍‌୪୪୦କେ

ଘାତକ ଡେଲ୍‌ଟା ଷ୍ଟ୍ରେନ୍‌ ପରେ ଗୁଜରାଟରେ କରୋନା ଭୂତାଣୁର ଆଉ ଏକ ସଂକ୍ରାମକ ଷ୍ଟ୍ରେନ୍‌ ଦେଖାଯାଇଛି। ଏନ୍‌୪୪୦କେ ନାମିତ ହୋଇଥିବା ଏହି ଷ୍ଟ୍ରେନ୍‌ରେ ଗତ ଜାନୁୟାରୀରୁ ଏପ୍ରିଲ ୨୪ ମଧ୍ୟରେ ଗୁଜରାଟରେ ୯ ଜଣ ସଂକ୍ରମିତ ହୋଇଛନ୍ତି। ଏ ବାବଦରେ ଗାଜିଆବାଦସ୍ଥିତ ଏକାଡେମୀ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇନୋଭେଟିଭ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ପୂର୍ବରୁ ଥିବା ଏ୨ ଷ୍ଟ୍ରେନ୍‌ଠାରୁ ଏନ୍‌୪୪୦କେ ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ବ୍ରିଟେନ୍‌ ଷ୍ଟ୍ରେନ୍‌ କିମ୍ବା ଡେଲ୍‌ଟା ଷ୍ଟ୍ରେନ ସହ ଗବେଷକମାନେ ଏହା ତୁଳନା କରି ନ ଥିବା କହିଛନ୍ତି। ଏନ୍‌୪୪୦କେ ଷ୍ଟ୍ରେନ୍‌ରେ ମହାରାଷ୍ଟ୍ରର ୯୧ ଜଣ, ତେଲଙ୍ଗାନାରେ ୮୧, କର୍ନାଟକରେ ୫୪ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri