ନାଲ୍‌କୋ ଆଲୁମିନିୟମ ପାର୍କରେ ୬୦ ହାତୀ

ବଅଁରପାଳ,୨୮ା୯(ଉପେନ୍ଦ୍ର ରାଉତ)ଅନୁଗୋଳ ଜିଲା ନାଲ୍‌କୋ ଆଲୁମିନିୟମ ପାର୍କରେ ବୁଧବାର ୬୦ ହାତୀ ଉପଦ୍ରବ କରିଛନ୍ତି। ହାତୀପଲ ଗଛ ଭାଙ୍ଗି ନଷ୍ଟ କରିବା ସହ ଲୋକଙ୍କ ବଗିଚାରେ ପଶି ପନିପରିବା ଫସଲ କ୍ଷତି ଘଟାଇଛନ୍ତି। ହାତୀପଲକୁ ଦେଖି କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଲଙ୍ଗୁଳିଆବେଡା, ଗଡସନ୍ତ୍ରୀ, ବନ୍ଦା, ବଉଳିଗଡ଼, ନାଲ୍‌କୋ ସିପିପି, ଅମାନ୍ତପୁର ଆଦି ୧୦ ଖଣ୍ଡ ଗ୍ରାମର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।