୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ୬୦ ଦିନ ପରେ ଦେଶରେ ନୂଆ କରୋନା ଆକ୍ରାନ୍ତ ସର୍ବନିମ୍ନରେ ପହଞ୍ଚିଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୯ ଥିବାବେଳେ ମୃତକଙ୍କ ସଂଖ୍ୟା ୩,୩୮୦ ଥିଲା । ତେବେ ରବିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୬୦ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୬୭୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୮୯ ହଜାର ୨୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୪ ଲକ୍ଷ ୭୭ ହଜାର ୭୯୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟି ୪୭ ଲକ୍ଷ ୪୬ ହଜାର ୫୨୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଆରମ୍ଭ ହେଲା ତୃତୀୟ ଟିକାର ଉତ୍ପାଦନ

ନୂଆଦିଲ୍ଲୀ,୨୪।୫: ରଷିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ଏବଂ ଭାରତୀୟ ଔଷଧ କମ୍ପାନୀ ପାନାସିଆ ବାୟୋଟେକ୍‌ ଦେଶରେ ସ୍ପୁଟ୍‌ନିକ ଭି କୋଭିଡ୍‌ ଟିକା ଉତ୍ପାଦନ ଆରମ୍ଭ...

ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଦେବା...

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ...

ସ୍କୁଲରେ ଭୂତପ୍ରେତ ନେଇ ଗୁଜବ, ତାନ୍ତ୍ରିକଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ…

ଲକ୍ଷ୍ନୌ,୨୨।୧୨ : ଉତ୍ତରପ୍ରଦେଶ ମହୋବାର ପାନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ୧୫ ଜଣ ଛାତ୍ରୀଛାତ୍ର୍ର ଅଚେତ ହେବା ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଅଭିଭାବକମାନେ...

ଡରୁଥିବା ଲୋକେ ଭାଜପାରେ ଯୋଗ ଦିଅନ୍ତି:ରାହୁଲ

ନୂଆଦିଲ୍ଲୀ,୧୬ ।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଛାଡି ଚାଲିଯାଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡରୁଥିବା ନେତା ଭାରତୀୟ...

ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ: ଚିହ୍ନଟ ହେଲେ ଆଉ ୪୬ ସଂକ୍ରମିତ; ମୋଟ ଆକ୍ରାନ୍ତ ସଂଖ୍ୟା ୫ଶହ ଟପିଲା

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୪ ଲୋକାଲ୍‌ କେସ୍‌...

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜୀକରଣ ହେବ। ଟିକାକରଣ ନିମନ୍ତେ...

ନୌସେନା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୨: ଦେଶ ଶୁକ୍ରବାର ପାଳନ କରୁଛି ନୌସେନା ଦିବସ । ଦେଶର ବୀର ଯବାନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି ।...

Advertisement
Archives

Model This Week