୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍‌ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…

ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଭଳି ପ୍ରକାର ବିଦ୍ୟୁତ ସଙ୍କଟ ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, ଏପ୍ରିଲ -୨୦୨୨ ର ପ୍ରଥମ ୨୭ ଦିନରେ ଚାହିଦା ତୁଳନାରେ ୧.୮୮ ବିଲିୟନ ୟୁନିଟ ବିଦ୍ୟୁତର ଅଭାବ ରହିଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୨,୦୭,୧୧ ମେଗାୱାଟ ବିଦ୍ୟୁତର ଚାହିଦା ରହିଛି । ୨୬ ଏପ୍ରିଲରେ, ଚାହିଦା ଅନୁସାରେ ଯୋଗାଣ କମ୍‌ ରହିଥିଲା। ଏହାର ଅଭାବ ପରମାଣ ୮.୨୨ ଗିଗାଓ୍ବାଟ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି କରିଛି। ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରେ ଚାହିଦାରେ ୮.୯ ପ୍ରତିଶତ ବୃଦ୍ଧି ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ଯଦି ଚାହିଦା ଏହିପରି ଜାରି ରୁହେ, ତେବେ ମେ-ଜୁନ ମାସରେ ଏହି ଅଭାବ ପରିମାଣ ୨୧୫ ରୁ ୨୨୦ ଗିଗାଓ୍ବାଟ ହେବାର ଆଶଙ୍କା ରହିଛି। କୋଇଲା ସଙ୍କଟ ଯୋଗୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହୋଇଛି। ତେବେ ହରିୟାଣା, ରାଜସ୍ଥାନ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଜମ୍ମୁ-କଶ୍ମୀର ଅଧିକ ପ୍ରଭାବିତ ହେଉଛନ୍ତି।

ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସମାନ ସଙ୍କଟ ସୃଷ୍ଟି ହୋଇଥିଲା। ତେବେ ଦେଶର ଅଧିକାଂଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଙ୍କଟ ଯୋଗୁଁ ବିଦ୍ୟୁତ୍‌ କାଟ୍‌ କଟାଯାଉଛି। ୮୦୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଏକ ଏନଟିପିସି କାରଖାନା କୋଇଲା ଅଭାବରୁ ବନ୍ଦ ରହିଛି। ଏନେଇ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ ଦେଶର ୧୭୩ ଟି ବିଦ୍ୟୁତ୍‌ ଉତ୍ପାଦନ ପ୍ଲାଣ୍ଟ୍‌ ମଧ୍ୟରୁ ୧୦୬ଟିରେ ଗଚ୍ଛିତ କୋଇଲା ଭଣ୍ଡାର ୨୫ ପ୍ରତିଶତରୁ କମ ରହିଛି।

ଦେଶକୁ ଦୈନିକ ୨୨ ଲକ୍ଷ ଟନ କୋଇଲା ଦରକାର ଏବଂ ଯୋଗାଣ ମାତ୍ର ୧୬ ଲକ୍ଷ ଟନ ହେଉଛି। ଫଳସ୍ବରୂପ, ଦୈନିକ ଚାହିଦା, ହାରାହାରି ୧୬,୦୩୫ ମେଗାୱାଟ ଥିବାବେଳେ ଯୋଗାଣ ମାତ୍ର ୨୩୦୪ ମେଗାୱାଟ ହେଉଛି। ଚାହିଦା ତୁଳନାରେ ଉତ୍ତରପ୍ରଦେଶରେ ୯, ହରିୟାଣାରେ ୭.୭ ଏବଂ ଉତ୍ତରାଖଣ୍ଡରେ ୭.୬ ପ୍ରତିଶତ ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇଛି।

କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ କୋଇଲା କମ୍ପାନୀଗୁଡିକରେ ୭୩ ଲକ୍ଷ ଟନ କୋଇଲା ଷ୍ଟକ ଅଛି। ସେହିପରି ପାୱାର ପ୍ଲାଣ୍ଟରେ ୨୧.୫ ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ପରିସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି।

ଏଥି ସହିତ ଆସନ୍ତା ତିନି ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣକୁ ସନ୍ତୁଳିତ ରଖିବା ପାଇଁ କୋଇଲା ଆମଦାନୀ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ଯେ ଯଦି ରାଜ୍ୟମାନେ ସେମାନଙ୍କ ସ୍ତରରୁ ବ୍ୟବସ୍ଥା କରନ୍ତି, ତେବେ ଭବିଷ୍ୟତରେ ବିଦ୍ୟୁତ ସଙ୍କଟ ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri