୬ ବର୍ଷର ଝିଅକୁ ପିଟିପିଟି ମାରିଦେଲେ ମା-ବାପା

ଦିଗପହଣ୍ଡି,୨୮ା୨(ଡି.ଏନ୍‌.ଏ.): ଖାଇବାକୁ ଅଝଟ କରିବାରୁ ନିଜ ଝିଅକୁ ପିଟି ପାଟି ମାରିଦେଇଛନ୍ତି ବାପା ଏବଂ ସାବତ ମା’। ଆଗରୁ ଝିଅଟିର ଜନ୍ମକଲା ମା’ ଚାଲି ଯାଇଥିବା ବେଳେ ବାପା ଏବଂ ସାବତ ମା’ଙ୍କ ସହ ରହୁଥିଲା କୁନି ଝିଅଟି। ଶେଷରେ ସାବତ ମା’ ସହିତ ବି ବାପା ସାଜିଲେ ହତ୍ୟାକାରୀ। ଖାଇବାକୁ ଅଳି କରିବାରୁ ହେବାରୁ ଉଭୟ ମିଶି ଶିଶୁକନ୍ୟାର ଜୀବନ ନେଇଯାଇଛନ୍ତି। ଏପରି ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତେନ୍ତୁଳିଆରେ ଘଟିଛି। ପୋଲିସ ଉଭୟଙ୍କୁ ଗିରଫ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

ସୂଚନାଯୋଗ୍ୟ, ତେନ୍ତୁଳିଆ ଅଞ୍ଚଳର ଦିବାକର ନାମକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରେ। ତାଙ୍କର ୬ ବର୍ଷର ଏକ ଝିଅ ଥିଲା। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦିବାକର ଦ୍ୱିତୀୟ ବିବାହ କରିଥିଲେ। ହେଲେ କୁନି ଝିଅଟି ଯୋଗୁ ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା। ଏପରିକି ଗତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏହି ସମୟରେ ତପସ୍ୟା ଖାଇବାକୁ ଅଝଟ ହେବାରୁ ତାକୁ ଦିବାକର ଅମାନୁଷିକ ଭାବେ ପିଟିଥିଲେ। ଏହାପରେ ସେ ଘର ବାହାରକୁ ଚାଲି ଯିବାରୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଏକ କାଠଫାଳିଆରେ ଝିଅର ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା।