ନୂଆଦିଲ୍ଲୀ,୨୩।୧୦: ରାଜଧାନୀର ରଞ୍ଜିତ ନଗର ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ରାମ ମନୋହର ଲୋହିଆ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି।
ଶୁକ୍ରବାର ସକାଳେ ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ପୀଡ଼ିତାଙ୍କୁ ଦୁର୍ବୃତ୍ତ ଉଠାଇ ନେଇ ବଳାତ୍କାର କରିଥିଲେ। ଘରକୁ ଫେରିବା ପରେ ପରିବାରବର୍ଗଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ପୀଡ଼ିତା। ତାଙ୍କ ବାପା ଜଣେ ଦିନ ମଜୁରିଆ। ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳର ସିସିଟିଭ ଯାଞ୍ଚ କରିଥିଲା ପୋଲିସ। ଏକ ଭିଡିଓରେ ପୀଡ଼ିତାଙ୍କ ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତର ପରିଚୟ ମିଳିନାହିଁ। ଅଜଣା ଯୁବକଙ୍କ ବିରୋଧରେ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଥିବା ଜଣାପଡ଼ିଛି।