୬ ବର୍ଷର ଶିଶୁକୁ ଝାମ୍ପି ନେଲା ବାଘ

ରାଇଘର/ଉମରକୋଟ, ୧୨।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ନବରାତ୍ରି ସମୟରେ ପରିବାର ସହ ଛତିଶଗଡ଼ ସିହାଓ୍ବାସ୍ଥିତ ଶୀତଳା ମନ୍ଦିରକୁ ସପରିବାର ଦର୍ଶନ ପାଇଁ ଯାଉଥିଲେ। ବାଟରେ ୬ବର୍ଷୀୟ ଅବିନାଶଙ୍କୁ ପରିବାର ଲୋକଙ୍କ ଆଖି ଆଗରେ ଟେକି ନେଇଥିଲା କଳରାପତରିଆ ବାଘ। ଏନେଇ ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛତିଶଗଡ଼ ସୀମାନ୍ତ ତୁରୁଡିହି ଗ୍ରାମର ନରେନ୍ଦ୍ର ମାର୍କମ(ଅଭିନାଶଙ୍କ ବାପା) ଅଭିଯୋଗ କରିଛନ୍ତି। ଖବରପାଇ ପୋଲିସ, ବନ ବିଭାଗ ଅବିନାଶଙ୍କୁ ଖୋଜାଖୋଜି କରିଥିଲା। ବନ ବିଭାଗ ଅବିନାଶଙ୍କ ମୃତଦେହ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁଯାୟୀ, ସୋମବାର ନରେନ୍ଦ୍ର ସପରିବାର ସିହାଓ୍ବାସ୍ଥିତ ଶୀତଳାଙ୍କ ମନ୍ଦିରକୁ ଯାଉଥିଲେ। ଅବିନାଶ ଅନ୍ୟ ଜଣେ ବାଳକ ସହ ଆଗରେ ଚାଲିଥିଲେ। ହଠାତ୍‌ ଏକ କଳରାପତରିଆ ସେମାନଙ୍କ ଆଗକୁ ଆସିଥିଲା। ସମସ୍ତେ ଏପଟ ସେପଟ ହୋଇ ଦୌଡୁଥିବାବେଳେ ଅବିନାଶଙ୍କୁ ବାଘ ଝାମ୍ପିନେଇ ଜଙ୍ଗଲ ଭିତରକୁ ପଳାଇଥିଲା। ଏହା ଦେଖି ଅନ୍ୟମାନେ ପାଟି କରିବା ସହ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ସିହାଓ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କୁ ନେଇ ଜଙ୍ଗଲ ମଧ୍ୟକୁ ଯାଇଥିଲେ। ରକ୍ତ ଚିହ୍ନ ଦେଖି କିଛି ବାଟ ଯିବା ପରେ ଏକ ପଥର ଚଟାଣରୁ ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିହାଞ୍ବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ମୃତକଙ୍କ ପରିବାରକୁ ୩୫ ହଜାର ଟଙ୍କା କ୍ଷତିପୂରଣ ଦେଇଛି। ଉକ୍ତ ଅଞ୍ଚଳରେ ପୂର୍ବରୁ ଥରେ ଏପରି ଘଟଣା ଘଟିଛି। ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ମନୋଜ ପଣ୍ଡା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା...

ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ...

ସାପ କାମୁଡ଼ାରେ ୬ ବର୍ଷରେ ୬୩୫୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୮ା୬ (ବନ୍ଦନା ସେଠୀ) ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓସ୍‌ଡମା ପରିସଂଖ୍ୟାନ ଅନୁଯାୟୀ, ୨୦୧୫ରୁ ୨୦୨୧ ମଧ୍ୟରେ...

ଭାଜପା ହିଁ ସୁନାର ବଙ୍ଗଳା କରିପାରିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୬।୪(ବ୍ୟୁରୋ): ଭାଜପା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପାନିହାଟ ସମେତ...

ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା

ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ...

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା: ପଲିଥିନକୁ ଚାହିଁ ବସିଛନ୍ତି ବନ୍ୟାଦୁର୍ଗତ

ଯାଜପୁର ଅଫିସ୍‌/ବରୀ,୪।୯ (ଡି.ଏନ.ଏ.): ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ଏବେ ଯାଜପୁର ଜିଲାର ୧୨୩୫ ଗ୍ରାମର ପେଟପାଟଣା ଉଜାଡି ଦେଇଛି। ୮ ଦିନ ଧରି...

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ...

Advertisement
Archives

Model This Week